ସମ୍ବଲପୁରରେ ଗଡିବ ୧୦୦ ଇ-ବସ

ସମ୍ବଲପୁରରେ ଗଡିବ ୧୦୦ ଇ-ବସ
Samaya Live News Picture
Published On

ସମ୍ବଲପୁର : ସମ୍ବଲପୁରବାସୀଙ୍କୁ ମିଳିବ ଉତ୍କୃଷ୍ଟ ପରିବହନ ସେବା I ଗମନାଗମନର ସୁବିଧା ମହାନଗର ନିଗମ ଅଞ୍ଚଳରେ ଗଡିବ ଇଲେକ୍ଟ୍ରିକ ବସ l ସହରବାସୀଙ୍କୁ ଉତ୍ତମ ପରିବହନ ସେବା ଯୋଗାଇବା ପାଇଁ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ଚାଲିବ ୧୯୯ ଇ-ବସ  l ପ୍ରଥମ ପର୍ଯ୍ୟାୟରେ ୨୫  ଟି ଇ-ବସ ଚାଲିବ l ବସ ସମ୍ବଲପୁର ବସ ଟର୍ମିନାଲକୁ ପହଞ୍ଚି ସାରିଛି l ଦ୍ଵିତୀୟ ପର୍ଯ୍ୟାୟରେ ପୁଣି ଆହୁରି ୨୫  ଟି ବସ ଆସିବ l ପ୍ରଥମ ୫୦ ଟି ବସ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବେଳେ, ପରବର୍ତ୍ତୀ ୫୦  ଟି ବସ କେନ୍ଦ୍ର ସରକାରଙ୍କ ପାଣ୍ଠିରୁ ଆସିବ ବୋଲି ସୂଚନା ଦିଆଯାଇଛି l

ସହରବାସୀଙ୍କୁ ସେବା ସହ ସହରରେ ପ୍ରଦୂଷଣକୁ ରୋକିବା ଉଦ୍ଦେଶ୍ୟରେ ଏହା ଆରମ୍ଭ ହେବାକୁ ଯାଉଛି l ଅଇଁଠାପାଲିରୁ ସହର ଦେଇ କ୍ଷେତରାଜପୁର ରେଳ ଷ୍ଟେସନ, ଅଇଁଠାପାଲି ବସ ଷ୍ଟାଣ୍ଡରୁ ସହର ଦେଇ ଘଣ୍ଟେଶ୍ୱରୀ ପୀଠ, ଅଇଁଠାପାଲିରୁ ବୁର୍ଲା ଅଟଳ ଛକ ଓ ଅଇଁଠାପାଲିରୁ ହୀରାକୁଦ ଟାଉନ ଆଦି ରୁଟରେ ପ୍ରଥମ ପର୍ଯ୍ୟାୟରେ ବସ ସେବା ଆରମ୍ଭ ହେବ l କମ୍ପ୍ରେସନ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ସଂସ୍ଥାକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି l

Tags: