ବିଜେଡି ନେତା ପ୍ରତାପ ଜେନାଙ୍କ ଘରେ ଅସାମାଜିକଙ୍କ ହଙ୍ଗାମା

ବିଜେଡି ନେତା ପ୍ରତାପ ଜେନାଙ୍କ ଘରେ ଅସାମାଜିକଙ୍କ ହଙ୍ଗାମା
Samaya Live News Picture
Published On

ଭୁବନେଶ୍ୱର : ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା। ରାତିରେ ଅଧରେ ବିଜେଡିରୁ ନିଲମ୍ବିତ ଯୁବ ଓ ଛାତ୍ର ନେତାଙ୍କ ପାଟିତୁଣ୍ଡ । ପ୍ରତାପଙ୍କ ଘର ଆଗରେ ୧୫/୨୦ଜଣ ଯୁବକ ପହଞ୍ଚି ବାଣ ଫୁଟାଇ ହୋହାଲ୍ଲା କରିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ମାରପିଟ୍ କରିଥିଲେ । ଏହା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଚମକ ଦେଇଥିଲେ। ଘର ଲୋକ ଏହାକୁ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । 

ଏହି ଆକ୍ରମଣ ପାଇଁ ପ୍ରତାପ ଜେନା ଅଭିଯୋଗ କରି କହିଛନ୍ତି ବିଜେଡିର କିଛି ନିଲମ୍ବିତ ପିଲା ଏବଂ ଅନ୍ୟ କିଛି ଅସାମାଜିକ ମିଶି ଏପରି କରିଛନ୍ତି । ସେ କହିଛନ୍ତି ଯେ, କାଲି ରାତିରେ ଯେଉଁ ପିଲାମାନେ କ୍ୟାମ୍ପସ୍ ଭିତରକୁ ପଶିଥିଲେ ସମସ୍ତଙ୍କର ସିସିଟିଭି ଭିଡିଓ ଆମ ପାଖରେ ଅଛି । ଆମେ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛୁ । ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି, ଘଟଣାର ତୁରନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ । ରାଜଧାନୀରେ କେହି ବି ସୁରକ୍ଷିତ ନୁହନ୍ତି । ମୋ ପରିବାର ଏଠି ରହୁଛନ୍ତି । ମୁଁ ନିର୍ବାଚନ ମଣ୍ଡଳୀକୁ ଯାଇଥିଲି। ରାତିରେ ଫେରିଲା ପରେ ଜାଣିଲି ଏଭଳି ଘଟଣା ଘଟିଛି । 

ସୂଚନାନୁସାରେ ନିର୍ବାଚନରେ କ୍ରସ ଭୋଟିଂ ପାଇଁ ଗତକାଲି ୩ ଜଣ ଯୁବ ଓ ୭ ଜଣ ଛାତ୍ର ବିଜେଡି ନେତା ନିଲମ୍ବିତ ହୋଇଥିଲେ। ପ୍ରତାପ ଜେନାଙ୍କ ଦସ୍ତଖତ କ୍ରମେ ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ନେଇ ନୋଟିସ ପ୍ରକାଶ ପାଇଥିଲା। ପରେ ରାତିରେ ଏହି ହଙ୍ଗାମା ଦେଖିବାକୁ ମିଳିଥିଲା। ଘଟଣା ପରେ ପ୍ରତାପଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି।

 

Tags: