ରାଜ୍ୟରେ ଆଜିଠାରୁ ଆରଟିଇ ନାମଲେଖା

ରାଜ୍ୟରେ ଆଜିଠାରୁ ଆରଟିଇ ନାମଲେଖା

ଭୁବନେଶ୍ୱର : ଶିକ୍ଷା ଅଧିକାର ଆଇନ ୨୦୦୯ ଅନ୍ତର୍ଗତ ଧାରା ୧୨(୧) (ଗ) ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ଘରୋଇ ସ୍କୁଲରେ ମାଗଣା ଶିକ୍ଷା ଦିଆଯିବ । ଏଥିପାଇଁ ଆରଟିଇ (RIGHT TO EDUCATION ) ପାରଦର୍ଶୀ ପୋର୍ଟାଲ୍ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି  । ଆବେଦନପତ୍ର ଗ୍ରହଣ ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ଶେଷ ହୋଇଛି । ସୋମବାର ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଲଟେରୀ ସହ ସିଟ୍ ଆବଣ୍ଟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୨୭,୩୭୦ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି ।

ସମ୍ବନ୍ଧିତ ଖବର କଂଗ୍ରେସକୁ କ୍ରସ ଭୋଟିଂ ଭୟ , ଫୋନ ଉଠାଉ ନାହାନ୍ତି ଦାଶରଥି

ସୂଚନାଯୋଗ୍ୟ, ୪ହଜାର ୪୩୮ଟି ଘରୋଇ ସ୍କୁଲରେ ୫୪ ହଜାର ୩୫୫ଟି ସିଟ୍ ପାଇଁ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ନାମଲେଖାଇବେ । ନାମଲେଖା ପାଇଁ ଆରଟିଇ ପାରଦର୍ଶୀ ପୋର୍ଟାଲ୍ ମାଧ୍ୟମରେ ୪୪ ହଜାର ୭୭୭ଟି ଅନ୍ଲାଇନ ଆବେଦନପତ୍ର ଗ୍ରହଣ କରାଯାଇଥିଲା । ଏହି ଆବେଦନପତ୍ରରୁ ବ୍ଲକ ଶିକ୍ଷା ଅଧିକାରୀମାନେ ମୂଳ ପ୍ରମାଣପତ୍ର ଯାଞ୍ଚ କରି ଏଥିରୁ ୩୫ ହଜାର ୮୦୦ ଜଣଙ୍କୁ ଯୋଗ୍ୟ ବିବେଚିତ କରିଥିଲେ । ଏଥିରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ୱାରା ଆଜି ଲଟେରୀ କରାଯାଇ ୨୭ ହଜାର ୩୭୦ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ବ୍ଲକ ଶିକ୍ଷା ଅଧିକାରୀମାନେ ସଂପୃକ୍ତ ଘରୋଇ ସ୍କୁଲକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବେ । ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ମଙ୍ଗଳବାରଠୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ନାମଲେଖାଇବେ । ଏହି ନାମଲେଖା ସଂପୂର୍ଣ୍ଣ ଭାବେ ନିଃଶୁଳ୍କ । ଘରୋଇ ସ୍କୁଲମାନେ କୌଣସି ଅର୍ଥ ଅଭିଭାବକଙ୍କଠୁ ନେଇପାରିବେ ନାହିଁ । ଯଦି ଏହାକୁ କୌଣସି ସ୍କୁଲ ଖିଲାପ କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ସମସ୍ତ ସୂଚନା https://rteparadarshi.odisha.gov.in/odisha ରେ ପ୍ରଦାନ କରାଯାଇଛି । ଅନ୍ୟ କୌଣସି ସୂଚନା ପାଇଁ ଶିକ୍ଷା ବିଭାଗର ସହାୟତା ନମ୍ବର ୧୮୦୦୩୪୫୬୭୨୨କୁ ଯୋଗାଯୋଗ କରିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର ୧୫.୩.୨୦୨୬, ରବିବାର

 

ସମ୍ବନ୍ଧିତ ଖବର ଉପାସନାଙ୍କ ଭୋଟ ସମ୍ପୂର୍ଣ୍ଣ ବେଆଇନ - ନବୀନ

Tags: