ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା

ଭୁବନେଶ୍ୱର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନରେ ବେଶ୍ ସ୍ୱାଭାବିକ ଥିଲା ଗୃହ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ  କେତେ ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ଗୃହରେ ଏହାର ଉତ୍ତର ରଖିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା । ସେହିପରି ଅନ୍ୟ ଏକ ସରକାରୀ ବାସଭବନର ମରାମତିରେ ଖର୍ଚ୍ଚ ହୋଇଛି ୨୩ ଲକ୍ଷରୁ ଅଧିକ ଟଙ୍କା । ଏନେଇ ବିଧାନସଭାରୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

Read More ପଞ୍ଚସଫ୍ଟ ଓ ସିଲିକନ୍ କଳା ତାଲିକା ଭୁକ୍ତ

ସେହିପରି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ସରକାରୀ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି ୨୮ ଲକ୍ଷ ୨୧ ହଜାର ୨୩୦ଟଙ୍କା । ଏହା ପରେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ବାସଭବନ ମରାମତି କାର୍ଯ୍ୟରେ ୨୫ ଲକ୍ଷ ୭୪ ହଜାର ୬୭୨ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କର ଖର୍ଚ୍ଚ ହୋଇଛି ୨୫ ଲକ୍ଷ ୭୨ ହଜାର ୫୧୭ ଟଙ୍କା । ଅନ୍ୟପଟେ,ସରକାରୀ ବାସଭବନ ମରାମତି ପାଇଁ ସବୁଠାରୁ କମ ଖର୍ଚ୍ଚ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

Read More ମହାଶିବରାତ୍ରି ପୂର୍ବରୁ ସରିବ ଏକାମ୍ର ପ୍ରକଳ୍ପ କାର୍ଯ୍ୟ

Tags: