ରାଉରକେଲା ବିମାନ ଦୁର୍ଘଟଣାର ହେବ ନାହିଁ ପୁନରାବୃତ୍ତି - ପରିବହନ ମନ୍ତ୍ରୀ

ରାଉରକେଲା ବିମାନ ଦୁର୍ଘଟଣାର ହେବ ନାହିଁ ପୁନରାବୃତ୍ତି - ପରିବହନ ମନ୍ତ୍ରୀ

ରାଉରକେଲା : ରାଉରକେଲା ଚାର୍ଟର ବିମାନ ଦୁର୍ଘଟଣାର ଚାଲିଛି ତଦନ୍ତ । ଦୁର୍ଘଟଣା ସ୍ଥଳ ଅନୁଧ୍ୟାନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ । ଦୁର୍ଘଟଣା ପରେ ସମସ୍ତଙ୍କୁ ତତ୍କାଳ ଉଦ୍ଧାର କରାଯାଇଥିଲା । ବିମାନ ଦୁର୍ଘଟଣା କାହିଁକି ଘଟିଲା ଦୁର୍ଘଟଣାରେ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା କରାଯାଉଛି । ଏଭଳି ଘଟଣାର ପୁନରାବୃତ୍ତି ନ ହେବା ଦିଗରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । କେଉଁ ପରିସ୍ଥିତିରେ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା, କାହିଁକି ଫୋର୍ସ ଲ୍ୟାଣ୍ଡିଂ କରିବାକୁ ବାଧ୍ୟ ହେଲେ ପାଇଲଟ ଏ ନେଇ ରେଗୁଲେସନ ଓ ସେଫ୍ଟି ପ୍ରୋଟୋକଲ ଅନୁସାରେ ଚାଲିଛି ତଦନ୍ତ । 

ସମ୍ବନ୍ଧିତ ଖବର ଗାୟିକା ଅର୍ପିତା ଚୌଧୁରୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

ସୂଚନାନୁସାରେ,ଗତ ଶନିବାର ଦିନ ରାଉରକେଲା ଜଳଦାରେ ଏକ ମିନି ୯ ସିଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ବିଲ ମଧ୍ୟରେ ଖସି ପଡିଥିଲା । ବିମାନଟି ଭୁବନେଶ୍ବରରୁ ରାଉରକେଲା ଯାଉଥିଲା । ଏଥିରେ ୨ ପାଇଲଟଙ୍କ ସମେତ ୬ ଜଣ ଆହତ ହୋଇଥିଲେ । ୨ ଜଣ ଆହତ ଯାତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇ ଜଣଙ୍କୁ ମୁମ୍ବାଇ ଓ ଅନ୍ୟଜଣଙ୍କୁ ନାଗପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟ ୪ ଆହତ ଏବେ ରାଉରକେଲାରେ ଚିକିତ୍ସିତ ହେଉଛନ୍ତି । ଆଜି ପରିବହନ ମନ୍ତ୍ରୀ ଘଟଣାସ୍ଥଳରେ ତନାଘନା କରିଥିବା ବେଳେ ଆହତଙ୍କୁ ହସ୍ପିଟାଲ ଯାଇ ଭେଟିଥିଲେ । ଗତକାଲି DGCA, AAIB ଓ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ସହ ରାଜ୍ୟ ସରକାରଙ୍କ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିଥିଲେ । 

ସମ୍ବନ୍ଧିତ ଖବର ନୂଆ ଲୋକସେବା ଭବନ ଓ ବିଧାନସଭା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ତେବେ ବିମାନ ଦୁର୍ଘଟଣା ପାଇଁ କର୍ତ୍ତୃପକ୍ଷ ଓ ପାଇଲଟ୍‌ଙ୍କ  ଅବହେଳାକୁ ଦାୟୀ କରିଛନ୍ତି । ଘଟଣା ଦିନ ଭୁବନେଶ୍ୱରରୁ ୧୦ଟା ୧୦ରେ ବିମାନ ଛାଡ଼ିବାର ଥିଲା । ହେଲେ ବିମାନ ୧୨ ଟା ୨୭ ମିନିଟ୍‌ରେ ବିମାନବନ୍ଦର ଛାଡ଼ିଥିଲା । ପ୍ରାୟ ଅଢ଼େଇ ଘଣ୍ଟା ପରେ ବିମାନ ଉଡ଼ାଣ କରିଥିଲା । ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ପାଇଲଟ୍ ଜାଣିଥିଲେ ଯେ କିଛି ତ୍ରୁଟି ରହିଛି ଯାହା ଫଳରେ ବିମାନର ମରାମତି କରାଯାଇଥିଲା । ଯେଉଁଥିପାଇଁ ବିଳମ୍ବ ହୋଇଥିଲା । 

ସମ୍ବନ୍ଧିତ ଖବର ନୟାପଲ୍ଲୀ ବବ୍ଲୁ ହତ୍ୟାକାଣ୍ଡ,୫ ଗିରଫ

Tags: