ବନ୍ଧୁକ ମୁନରେ ଭତ୍ତା ଟଙ୍କା ଲୁଟ
କେନ୍ଦୁଝର : ବନ୍ଧୁକ ଦେଖାଇ ଲୁଟି ନେଲେ ଭତ୍ତା ଟଙ୍କା । ଆଜି ସକାଳେ କେନ୍ଦୁଝର ବାଉରିପଦା ପଞ୍ଚାୟତରେ ୮ ଲକ୍ଷ ୧୮ ହଜାର ଭତ୍ତା ବାଣ୍ଟିବାକୁ ପିଇଓ, ଏଡିଇଓ ଯାଉଥିବାବେଳେ ଦୁର୍ବୁତ୍ତଙ୍କ ଲୁଟର ଶିକାର ହୋଇଛନ୍ତି । କେନ୍ଦୁଝର HDFC ବ୍ୟାଙ୍କରୁ ବାଉରିପଦା PEO ଏବଂ ADEO ମିଶି ଟଙ୍କା ଉଠାଇ ବାଇକରେ ଯାଉଥିଲେ । ରାସ୍ତାରେ ତାଙ୍କୁ ନାଲି ରଙ୍ଗର ପଲସର ପିଛା କରିଥିଲା । ସଦର ଥାନା ମୁକୁନା ବଜାର ଠାରୁ କିଛି ଦୁରରେ ପଲସର ବାଇକ ରେ ଥିବା ତିନି ଜଣ ହଠାତ ତାଙ୍କ ସାମ୍ନାରେ ବାଇକ ରଖି ଟଙ୍କା ଭରା ବ୍ୟାଗ ମାଗିଥିଲେ । ଦୁଇ ଜଣ ଟଙ୍କା ନ ଦେବାରୁ ବନ୍ଧୁକ ବାହାର କରି ଏକ ରାଉଣ୍ଡ ଗୁଳି ଫୁଟାଇ ଥିଲେ । ଗୁଳି ଫୁଟାଇ ଦୁଇ ଅଧିକାରୀଙ୍କ ଦୁଇଟି ବ୍ୟାଗକୁ ଛଡ଼ାଇ ବେଲଦା ଅଭିମୁଖେ ପଳାଇ ଯାଇଥିଲେ । ଦୁର୍ବୁତ୍ତମାନେ ହିନ୍ଦୀ ଓ ବଙ୍ଗଳାରେ କଥାବାର୍ତ୍ତା କରୁଥିଲେ । ଘଟଣା ପରେ PEଠ ଫୋନ ମାଧ୍ୟମରେ ସଦର ବିଡିଓଙ୍କୁ ଅବଗତ କରାଇ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
Tags:



