ହୋର୍ଡ଼ିଂ ପଡି ୨ ଜଣକ ମୃତ୍ୟୁ ଘଟଣାରେ ରାସ୍ତା ରୋକ

ଫୌଜଦାରୀ ମାମଲା ହେବ - ମେୟର

ହୋର୍ଡ଼ିଂ ପଡି ୨ ଜଣକ ମୃତ୍ୟୁ ଘଟଣାରେ ରାସ୍ତା ରୋକ

ଭୁବନେଶ୍ୱର : ବେଆଇନ ହୋର୍ଡ଼ିଂ ଟ୍ରାଜେଡି । ରାସ୍ତା ଅବରୋଧ କଲେ ପରିବାର ଏବଂ ଅଞ୍ଚଳବାସୀ । ହୋର୍ଡ଼ିଂ ପଡି ୨ ଜଣଙ୍କ ମୃତ୍ୟୁ ଘଟଣାରେ ଆଇଗିଣିଆ ଜାତୀୟ ରାଜପଥ ଅବରୋଧ କରିବାରୁ ଉଭୟ ପଟୁ ଗାଡି ଚଳାଚଳ ଠପ ହୋଇଛି । ଘଟଣାସ୍ଥଳରେ ଭରତପୁର ଓ ଖଣ୍ଡଗିରି ପୋଲିସ ପହଞ୍ଚି ବୁଝାସୁଝା କରୁଛନ୍ତି । ଏନେଇ ଫୌଜଦାରୀ ମାମଲା ହେବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ  । FIR  ପାଇଁ ଖଣ୍ଡଗିରି ପୋଲିସକୁ ବିଏମସି ନିର୍ଦ୍ଦେଶ ଦେଇଛି । ମୃତକଙ୍କ ପାଇଁ CMRF ରୁ ସହାୟତା ପାଇଁ ବ୍ୟବସ୍ଥା କରାଯାଉଛି । ଆଉ ଅଧିକ କ୍ଷତିପୂରଣ ପାଇଁ ରଡିସିଙ୍କୁ ମଧ୍ୟ ଜଣାଇବୁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର ଗିରଫ ହେଲେ କୋଟିପତି ଫରେଷ୍ଟର

ସେପଟେ ଏହି ଅଘଟଣ ପରେ ରାଜଧାନୀରୁ ବେଆଇନ ହୋର୍ଡ଼ିଂ ହଟାଇବାକୁ ନିର୍ଦେଶ ଦେଇଛନ୍ତି ମେୟର ସୁଲୋଚନା ଦାସ । ଘଟଣାସ୍ଥଳ ପରିଦର୍ଶନ ପରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ମେୟର । ସେ କହିଥିଲେ ଏହା ସରକାରୀ ହୋର୍ଡ଼ିଂ ନଥିଲା । ଯାହା ଜାଗାରେ ହୋର୍ଡ଼ିଂ ଲାଗିଥାଏ ସେ ପଇସା ପାଇଥାଏ । ହୋର୍ଡ଼ିଂ ନିର୍ମାଣ ନେଇ ଏକ structural ସାର୍ଟିଫିକେଟ ଦାଖଲ କରିବା ବାଧ୍ୟତାମୂଳକ । ଆସନ୍ତା ୬ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ବେଆଇନ ହୋର୍ଡିଂ କଟା କାର୍ଯ୍ୟ। ଘରୋଇ ସ୍ଥାନରେ ଥିବା ବିପଦ ପୂର୍ଣ୍ଣ ହୋର୍ଡ଼ିଂ କାଟିବା ପାଇଁ ବିଏମସି ନିଷ୍ପତ୍ତି ନେଇ ସାରିଛି ।

ସମ୍ବନ୍ଧିତ ଖବର କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ - ଧର୍ମେନ୍ଦ୍ର ପ୍ରଧାନ

ସୂଚନାନୁସାରେ,ମଙ୍ଗଳବାର ଅପରାହ୍ଣରେ ରାଜଧାନୀରେ ଅଚାନକ ମାଡି ଆସିଥିଲା କାଳବୈଶାଖୀ ବର୍ଷା । ଏହି ସମୟରେ ଭୁବନେଶ୍ୱର ଆଇଗିଣିଆ ଦୁର୍ଗାମଣ୍ଡପ ନିକଟରେ ଥିବା ହୋର୍ଡିଂ ତଳେ ଥିବା ଏକ କ୍ୟାବିନ ଓ ଲୋକଙ୍କ ଉପରେ ପଡିଥିଲା ଏକ ବିରାଟକାୟ ହୋର୍ଡ଼ିଂ । ଏଥିରେ ହୋର୍ଡ଼ିଂ ତଳେ ୨ ଜଣ ଚାପିହୋଇଯାଇଥିଲେ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ହେଲେ ଗଞ୍ଜାମ ଜିଲ୍ଲାର ସୁରେନ୍ଦ୍ର ଗୌଡ । ସେ ରାଜଧାନୀର ଡୁମଡୁମା ଅଞ୍ଚଳରେ ରହୁଥିଲେ । ସେ କଲେଜ ଛାତ୍ର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ସେହିଭଳି ଅନ୍ୟ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ସେହିଭଳି ଅନ୍ୟ ଜଣେ ଯୁବକ ଓ ଯୁବତୀ ମଧ୍ୟ ଆହତ ହୋଇଥିଲେ। ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ରଡ କଟର ସହାୟତାରେ ହୋର୍ଡିଂ କାଟି ଦୁଇ ଆହତଙ୍କୁ ଉଦ୍ଧାର କରିଥିଲେ । 

ସମ୍ବନ୍ଧିତ ଖବର ରାଜ୍ୟରେ ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍‌ ସାର୍ଟିଫିକେଟ

 

Tags: