ଏଜି ଛକରେ ଲାଗିବ ସଡକ ଦୁର୍ଘଟଣା ସଚେତନତା ଘଣ୍ଟା

ଏଜି ଛକରେ ଲାଗିବ ସଡକ ଦୁର୍ଘଟଣା ସଚେତନତା ଘଣ୍ଟା
Samaya Live News Picture
Published On

ଭୁବନେଶ୍ୱର : ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା । ଭୁବନେଶ୍ୱର ଏଜି ଛକରେ ଲାଗିବ ସଡକ ଦୁର୍ଘଟଣା ସଚେତନତା ଘଣ୍ଟା । ଏନେଇ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ସଡ଼କ ଦୁର୍ଘଟଣା ବାବଦରେ ସଚେତନ କରିବ ସଡ଼କ ଦୁର୍ଘଟଣା ଘଣ୍ଟା । ସଡ଼କ ଦୁର୍ଘଟଣା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ସହ ସକରାତ୍ମକ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଲାଗିବ ଏହି ଘଣ୍ଟା । ମେସର୍ସ ଆଡସଫ୍ଟ ଟେକ୍ନୋଲୋଜି ଲିମିଟେଡ୍ ପକ୍ଷରୁ ଦୁର୍ଘଟଣା ଘଣ୍ଟା ପାଇଁ ଏକ ବାହ୍ୟ ଭିଡିଓ ୱାଲ୍ ପାଇଁ ଏକ ଟେକ୍ନୋ-କମର୍ସିଆଲ୍ ପ୍ରସ୍ତାବ ମଧ୍ୟ ପ୍ରାପ୍ତ ହୋଇଛି । 

Tags: