ଭିଜିଲାନ୍ସ ପଞ୍ଝାରେ ଆରଆଇ

ଭିଜିଲାନ୍ସ ପଞ୍ଝାରେ ଆରଆଇ

ରାଜନଗର : ଭିଜିଲାନ୍ସ ଜାଲରେ ଆରଆଇ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା । ଏକ ଜମି ପଟ୍ଟାକୁ ସଂଶୋଧନ କରାଇଦେବା ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବରୁ ମଧ୍ୟ ସେ  ବହୁବାର ଲାଞ୍ଚ ନେଇ ଖସି ଯାଇଛନ୍ତି । ଲାଞ୍ଚ ବିନା ତାଙ୍କ ପାଖରେ କୌଣସି ଫାଇଲ ଘୁଞ୍ଚେ ନାହିଁ ବୋଲି ଅଭିଯୋଗ ହୋଇ ଆସୁଥିଲା । ତେଣୁ ସେ ଦୀର୍ଘ ସମୟ ଧରି ଭିଜିଲାନ୍ସ ସ୍କାନରରେ ରହିଥିଲେ । ଆଜି ଅଭିଯୋଗକାରୀ ଟଙ୍କା ଦେବା ପରେ ନିରୀକ୍ଷକ ଟଙ୍କା ନେଇ ତହସିଲ ଅଫିସକୁ ଯିବାବେଳେ ଆଗକୁ ଭିଜିଲାନ୍ସ ଟିମ୍‌ ଧରି ପକାଇ ଅଧିକ ପଚରାଉଚରା ପାଇଁ କେନ୍ଦ୍ରାପଡ଼ା ଭିଜିଲାନ୍ସ ଅଫିସକୁ ନେଇଛି ।

ସମ୍ବନ୍ଧିତ ଖବର ଓଡିଶା ଭିଜିଲାନ୍ସ ରେ ରେକର୍ଡ ,ଖଣି ଅଧିକାରୀଙ୍କ ଘରୁ ମିଳିଲା ନଗଦ ୪ କୋଟିରୁ ଉର୍ଦ୍ଧ୍ବ

 

ସମ୍ବନ୍ଧିତ ଖବର ଟେଟ୍ରା ପ୍ୟାକ ରେ ମିଳିବ ମଦ

Tags: