ଆଜି ହେଉଛି ସାନି ମତଦାନ
ଭୁବନେଶ୍ୱର: ଫେବୃଆରୀ ୨୩: ପଞ୍ଚାୟତ ନିର୍ବାଚନରେ ଯେଉଁ ଅଞ୍ଚଳଗୁଡିକୁ ସାନି ମତଦାନ ହେବା ନେଇ ଘୋଷଣା କରାଯାଇଥିଲା ଆଜି ସେହି ଅଞ୍ଚଳମାନଙ୍କରେ ହେଉଛି ପୁନଃ ମତଦାନ। ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍ରେ ହେବ ମତଦାନ। ତେବେ ପ୍ରଥମ ପର୍ଯ୍ୟାୟରେ ମତଦାନ ରଦ୍ଦ ହୋଇଥିବା ବୁଥମାନଙ୍କରୁ ଯାଜପୁର ଜିଲ୍ଲାର ସର୍ବାଧିକ ୧୧ଟି ବୁଥ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ଓ ଭଦ୍ରକରେ ୫ଟି ବୁଥ୍, ଢେଙ୍କାନାଳରେ ୪ଟି ବୁଥ୍ରେ […]
ଭୁବନେଶ୍ୱର: ଫେବୃଆରୀ ୨୩: ପଞ୍ଚାୟତ ନିର୍ବାଚନରେ ଯେଉଁ ଅଞ୍ଚଳଗୁଡିକୁ ସାନି ମତଦାନ ହେବା ନେଇ ଘୋଷଣା କରାଯାଇଥିଲା ଆଜି ସେହି ଅଞ୍ଚଳମାନଙ୍କରେ ହେଉଛି ପୁନଃ ମତଦାନ। ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍ରେ ହେବ ମତଦାନ। ତେବେ ପ୍ରଥମ ପର୍ଯ୍ୟାୟରେ ମତଦାନ ରଦ୍ଦ ହୋଇଥିବା ବୁଥମାନଙ୍କରୁ ଯାଜପୁର ଜିଲ୍ଲାର ସର୍ବାଧିକ ୧୧ଟି ବୁଥ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ଓ ଭଦ୍ରକରେ ୫ଟି ବୁଥ୍, ଢେଙ୍କାନାଳରେ ୪ଟି ବୁଥ୍ରେ ରି-ପୋଲ୍ ହେଉଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଭ୍ରାଟ ଘଟିଥିବା ୨୪ଟି ବୁଥ୍ରେ ଆଜି ପୁନଃ ମତଦାନ ଚାଲିଛି। ଯାଜପୁର ଜିଲ୍ଲାର ସର୍ବାଧିକ ୧୩ଟି, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ୩ଟି ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ବଲାଙ୍ଗିର ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ ଲେଖାଏ ବୁଥ୍ରେ ପୁନଃ ମତଦାନ ଚାଲିଛି।ତେବେ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ।




