ହ୍ଵାଟ୍ସଆପ ରେ ମିଳିବ ରାଜସ୍ବ ସେବା - ମନ୍ତ୍ରୀ

ହ୍ଵାଟ୍ସଆପ ରେ ମିଳିବ ରାଜସ୍ବ ସେବା - ମନ୍ତ୍ରୀ

ଭୁବନେଶ୍ୱର : ତହସିଲ ଅଫିସ ଧାଁ ଦୌଡରୁ ଲୋକଙ୍କୁ ମିଳିବ ମୁକ୍ତି । ଏଣିକି ହ୍ଵାଟ୍ସଆପ ମାଧ୍ୟମରେ ଲୋକମାନଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇଦେବ ରାଜସ୍ବ ବିଭାଗ । ଏନେଇ ବଡ଼ ସୂଚନା ଦେଇଛନ୍ତି  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ହ୍ଵାଟସଆପରେ ଗ୍ରହଣ କରାଯିବ ଜମିଜମା ବାବଦରେ ସବୁ ଅଭିଯୋଗ ଓ ଆବେଦନ। ହ୍ଵାଟସଆପରେ ରାଜସ୍ଵ ମନ୍ତ୍ରୀଙ୍କୁ ସିଧାସଳଖ କରିପାରିବେ ଅଭିଯୋଗ। ଦୁର୍ନୀତି ଅଭିଯୋଗ ଆସିଲେ ବଡ଼ ଆକ୍ସନ ନିଆଯିବ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। 

ସମ୍ବନ୍ଧିତ ଖବର ବିପୁଳ ପରିମାଣର କଫ ସିରଫ ଜବତ,୨ ଗିରଫ

ଏହାଦ୍ବାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ ।  ସମୟ ଭିତରେ ସମସ୍ୟା ସମାଧାନ କରାଯିବ । ଆସନ୍ତାକାଲି ହ୍ଵାଟ୍ସଆପ ସେବାକୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ । ଏହାସହ ୫୫ ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ ।

ସମ୍ବନ୍ଧିତ ଖବର ଚୁକ୍ତି ଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର

Tags: