ରାଜସ୍ବ ନିରୀକ୍ଷକଙ୍କୁ ମାଡ଼
ଚାନ୍ଦବାଲି : ଚାନ୍ଦବାଲି ତହସିଲ ଅଫିସରେ ଅଭବନୀୟ ଘଟଣା । ଅଫିସ୍ ଭିତରେ ପଶି ରାଜସ୍ବ ନିରୀକ୍ଷକ (ଆରଆଇ)ଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ସାରଣା ଆରଆଇ ତାପସ ରଞ୍ଜନ ଜେନାଙ୍କୁ ମରଣାନ୍ତକ ଆକ୍ରମଣ । ଅଫିସରେ କାମ କରୁଥିବାବେଳେ ମାଡ଼ ମାରିଥିଲେ ଜଣେ ବ୍ୟକ୍ତି । ପାଖରେ ବସିଥିବା ଲୋକେ ତାଙ୍କୁ ଯେତେ ଅଟକାଇଥିଲେ ମଧ୍ୟ ସେ ଅଟକି ନଥିଲେ ।ଏହାପରେ ଆରଆଇଙ୍କୁ ଘୋଷାରି ଘୋଷାରି ବାହାରକୁ ଆଣି ମାଡ ମାରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଆକ୍ରମଣକାରୀ ଯୁବକ ହେଉଛନ୍ତି ଭୂଇଁବୃତ୍ତି ପଂଚାୟତ ଜଗନ୍ନାଥପୁର ଗାଁର ସର୍ବେଶ୍ୱର ଦାସଙ୍କ ପୁଅ ସୁବାସ ଦାସ । ଆରଆଇ ତାପସ ରଞ୍ଜନ , ସୁବାସଙ୍କର ଏକ ବେଆଇନ କାମ ନକରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସୁବାସ ଆରଆଇଙ୍କୁ ମାଡ ମାରିଥିବା ଜଣାପଡିଛି । ଏନେଇ ଚାନ୍ଦବାଲି ଥାନା ଓ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ଆରଆଇ । ଅସୁସ୍ଥ ଅବସ୍ଥାରେ ଆରଆଇଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।



