ହଟିଲା କଟକଣା,ଏଣିକି ମଞ୍ଚ ଚଢ଼ିବେ ପିୟୁଷ

ହଟିଲା କଟକଣା,ଏଣିକି ମଞ୍ଚ ଚଢ଼ିବେ ପିୟୁଷ

ଭୁବନେଶ୍ୱର : ଦର୍ଶକଙ୍କ ପାଇଁ ଖୁସି ଖବର । ଏଣିକି ମଞ୍ଚ ଚଢ଼ିବେ ଯାତ୍ରାଅଭିନେତା ପିୟୁଷ ତ୍ରିପାଠୀ । କଟକଣା ହଟାଇଲେ ହାଇକୋର୍ଟ I ପୁଣି ଥରେ ମଞ୍ଚ ଉପରେ ଯାଦୁ ଦେଖାଇବେ ପୀୟୂଷ । ଆଜିଠୁ ମଞ୍ଚରେ ଅଭିନୟ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ଚୁକ୍ତି ଖିଲାପ କରିଥିବା ଅଭିଯୋଗ ନେଇ ପୀୟୂଷଙ୍କ ବିରୋଧରେ କୋର୍ଟ ଯାଇଥିଲେ ଅପେରା ସୂର୍ଯ୍ୟ ମନ୍ଦିରର ପ୍ରଯୋଜକ ପ୍ରମୋଦ ସ୍ୱାଇଁ । କୋର୍ଟଙ୍କ ରାୟ ପରେ ପୀୟୂଷ ତ୍ରିପାଠୀଙ୍କ ପ୍ରଥମ ପ୍ରତିକ୍ରିୟା। ମୋ ପାଇଁ ଖୁସିର ମୁହୂର୍ତ୍ତ କହିଲେ ପୀୟୂଷ। ଆଜି ମୋର ନାଟକ ନାହିଁ, କାଲିଠୁ ମଞ୍ଚରେ ଚଢ଼ିବି । ବିବାଦ, ଖରାପ ସମୟରୁ ଦୂରେଇକି କେବଳ ନାଟକ କରିବି। ସମୟ ଖରାପ ଥିଲା, ଖରାପ ସମୟ ଚାଲିଗଲା ଏବେ କେବଳ ନାଟକ କରିବି।

ସମ୍ବନ୍ଧିତ ଖବର ନେତାଜୀ ସୁଭାଷ ଚନ୍ଦ୍ର ବୋଷ

 

ସମ୍ବନ୍ଧିତ ଖବର ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର ୭ ମାଓବାଦୀ ମୃତ

Tags: