ଟ୍ୱିନ ସିଟିରେ ଲାଗିଲା କଟକଣା

ଟ୍ୱିନ ସିଟିରେ ଲାଗିଲା କଟକଣା

ଭୁବନେଶ୍ୱର : ଟ୍ୱିନ ସିଟିରେ ଲାଗିଲା କଟକଣା । ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଟ୍ୱିନ ସିଟିରେ କଟକଣା ଲଗାଯାଇଛି । ପ୍ରଦୂଷଣ ପାଇଁ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କନଷ୍ଟ୍ରକସନ କାମ ବନ୍ଦ ରହିବ। ବାହାରେ ଆବର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଖୋଲା ସ୍ଥାନରେ ଅଳିଆ ଜାଳିଲେ ୫ ହଜାର ଟଙ୍କା ଫାଇନ ଦେବାକୁ ପଡିବ । ରାତିରେ ଭାରି ଯାନ ଚଳାଚଳ ଉପରେ ବି କଟକଣା ଲାଗିଛି ।

ସମ୍ବନ୍ଧିତ ଖବର ଆଞ୍ଚଳିକ ଦଳ ଗଠନ ହେବା ନେଇ ସଂକେତ ଦେଲେ ମୋକିମ

ଜାତୀୟ ରାଜପଥ ଉପରେ ଦିନକୁ ୩ଥର କରାଯିବା ପାଣି ସିଞ୍ଚନ । ମ୍ୟୁନିସିପାଲଟି ଅଞ୍ଚଳରେ କୌଣସି ଭଙ୍ଗାରୁଜା କାର୍ଯ୍ୟ ହୋଇପାରିବ ନାହିଁ । ସହର ମଧ୍ୟରେ ଟ୍ରକ ଚଳାଚଳ ବନ୍ଦ ହିବ । କଟକଣାକୁ ବଳବତ୍ତର ରଖିବାକୁ ପୁଲିସ, ଆରଟିଓକକୁ ନିର୍ଦ୍ଦେଶ ଦେଇଛି ଜଙ୍ଗଲ ବିଭାଗ । ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

ସମ୍ବନ୍ଧିତ ଖବର ଡାକ୍ତରଙ୍କ ଦାବିର ତର୍ଜମା ପାଇଁ କମିଟି ଗଠନ - ମନ୍ତ୍ରୀ

Tags: