ମୋକିମ ସମର୍ଥକଙ୍କ ଇସ୍ତଫା
By: Samaya Live News
କଟକ : କଂଗ୍ରେସରୁ ମହମ୍ମଦ ମୋକିମ୍ ସମର୍ଥକଙ୍କ ସମୂହ ଇସ୍ତଫା । ମୋଟ ୪୧ ଜଣ କଂଗ୍ରେସ ନେତାଙ୍କ ସମୂହ ଇସ୍ତଫା ଦେଇଥିବା ସୂଚନା ମିଳିଛି। କଂଗ୍ରେସର ଅପାରଗ ନେତୃତ୍ୱକୁ ନେଇ ଇସ୍ତଫା ଦେଇଥିବା କର୍ମୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସମ୍ବନ୍ଧିତ ଖବର ମାମୁଁ ଆକ୍ରମଣରେ ଭଣଜାଙ୍କ ମୃତ୍ୟୁ
ଇସ୍ତଫା ଦେଇଥିବା ନେତା ମଧ୍ୟରେ ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ ସଭାପତି, ମହିଳା ଓ ଯୁବ କଂଗ୍ରେସ କର୍ମକର୍ତ୍ତା ପ୍ରମୁଖ ସାମିଲ ଅଛନ୍ତି । ପ୍ରଥମ ଦଫାରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଇସ୍ତଫା ଦେବା ପରେ ଦଳକୁ ବଡ଼ ଝଟକା ଲାଗିଛି । ମୋକିମଙ୍କ ବହିଷ୍କାର ନିଷ୍ପତ୍ତିକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ଇସ୍ତଫା ଦେଇଥିବା ସଦସ୍ୟ । ପସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପରେ ବର୍ଷିବା ସହ ତାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେମାନେ କହିଛନ୍ତି ଦଳ ଏବେ ଲୋକଙ୍କ ସ୍ୱର ହେଉ ନାହିଁ ବରଂ କମ୍ପାନୀର ସ୍ୱର ହୋଇଯାଇଛି । ଆଗକୁ ଆହୁରି କର୍ମକର୍ତ୍ତା କଂଗ୍ରେସର ହାତ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି ।
ସମ୍ବନ୍ଧିତ ଖବର ଉଚ୍ଚଶିକ୍ଷା ସଚିବଙ୍କ ବିରୋଧରେ ଗିରଫ ପରୱାନା ଜାରି
ସମ୍ବନ୍ଧିତ ଖବର ମା'ସରସ୍ୱତୀଙ୍କ ଆରାଧନା ପର୍ବ
Tags:



