ବରିଷ୍ଠ ଆଇଏଏସ ସ୍ତରରେ ଅଦଳ ବଦଳ
ଭୁବନେଶ୍ୱର : ନୂଆବର୍ଷରେ ବରିଷ୍ଠ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ପୂର୍ବତନ ଉନ୍ନୟନ କମିଶନର ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ହେବାପରେ ତାଙ୍କ ସ୍ଥାନରେ ଦେଓରଞ୍ଜନ ସିଂ(RR-୧୯୯୩) ହେଲେ ଉନ୍ନୟନ କମିଶନର । ଏହା ସହିତ ଯୋଜନା ଏବଂ ସଂଯୋଜନା ବିଭାଗ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି । ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସରକାରଙ୍କ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଅତିରିକ୍ତ ଦାୟିତ୍ୱରେ ଥିବା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ସତ୍ୟବ୍ରତ ସାହୁ, IAS (RR-1991),ଙ୍କୁ ରାଜସ୍ୱ ବୋର୍ଡ, ଓଡିଶା, କଟକର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି ।
ଗୃହ ବିଭାଗର ACS ଭାବେ ହେମନ୍ତ ଶର୍ମାଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ରାଜସ୍ବ ବୋର୍ଡର ସଦସ୍ୟ ହେଲେ ସତ୍ୟବ୍ରତ ସାହୁ । ଶୋଭା ଶର୍ମାଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ଵ ମିଳିଛି। ତାଙ୍କୁ ସରକାର, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବରେ ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି । ସେହିପରି ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ରାଜେଶ୍ ପ୍ରଭାକର ପାଟିଲ ହେଲେ ସ୍ଵତନ୍ତ୍ର ରିଲିଫ କମିଶନର। ସେହିପରି ଦୁଇ ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳ ପରିବର୍ତ୍ତନ କରିଛନ୍ତି ସରକାର । ମଧୁସ୍ମିତା ରଥ ହେଲେ ନୟାଗଡ଼ ଜିଲ୍ଲାପାଳ । ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାପାଳ ଦାୟିତ୍ଵ ମିଳିଛି ।



