ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା ,ଦଳିଲେ ରିଜର୍ଭ ଆରଆଇ

ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା ,ଦଳିଲେ ରିଜର୍ଭ ଆରଆଇ
Samaya Live News Picture
Published On

ଅନୁଗୁଳ: ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା ।  RI ଗୋବିନ୍ଦ ମାହାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ରିଜର୍ଭ ଅଫିସରୁ ବଦଳିଲେ RI ଗୋବିନ୍ଦ ମାହାରୀ । ଅନୁଗୁଳ ଏସପିଙ୍କ ସୁପାରିଶ ଆଧାରରେ କଳାହାଣ୍ଡି 9th IRB କୁ ଗୋବିନ୍ଦ ମାହାରୀଙ୍କ ବଦଳି କଲେ ପୋଲିସ ଡିଜି । ଅନୁଗୁଳ ଏସପିଙ୍କ ସୁପାରିଶ କ୍ରମେ କଳାହାଣ୍ଡିକୁ ବଦଳି । RI ଏବଂ ରାଇଟରଙ୍କ ନାଁରେ ଅଭିଯୋଗ କରିଥିଲେ ମହିଳା ହାବିଲଦାର ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କ ସୂଚନା । 

୨ ଜଣ ଉପରିସ୍ଥ ଅଧିକାରୀଙ୍କ ନାଁରେ ମାନସିକ ନିର୍ଯାତନା ଅଭିଯୋଗ ଆଣି ଗତ ୩୦ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ମହିଳା ହାବିଲଦାର । ଦୁଇ ଉପରିସ୍ଥ ଅଧିକାରୀ ହେଲେ ରିଜର୍ଭ ଇନସ୍ପେକ୍ଟର ଗୋବିନ୍ଦ ମାହାରି ଓ ଫୋର୍ସ ସେକସନ ଅଫିସ ହାବିଲଦାର ଶୁଭ୍ରକାନ୍ତ ସାହୁ । ଦୁଇ ଜଣଙ୍କ ନାଁରେ ଛୁଟି ନଦେବା ଏବଂ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦେଇଥିଲେ ମହିଳା ହାବିଲଦାର ।

 

Tags: