ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ଅପାଙ୍କୁ ଦିଆଯିବ ଗାର୍ଡ ଅଫ ଅନର

ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ଅପାଙ୍କୁ ଦିଆଯିବ ଗାର୍ଡ ଅଫ ଅନର

କଟକ : ସଂଗୀତ ଜଗତରେ ଶୋକର ଛାୟା । ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । ମସ୍ତିସ୍କଆଘାତ ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ୭୩ ବର୍ଷ ବୟସରେ ମହାଶିବରାତ୍ରି ଦିନ ସନ୍ଧ୍ୟା ୬.୧୮ ମିନିଟରେ ପରଲୋକ ଗମନ କରିଛନ୍ତି ଗୀତା ଅପା I ତାଙ୍କ ପାର୍ଥିବ ଶରୀର ଉକ୍ତ ଘରୋଇ ହାସପାତାଳରୁ ଆଜି କାଫଲା ବଜାରସ୍ଥିତ ବାସଭବନକୁ ଯିବ ଏବଂ ସତୀଚଉରାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ଏହି ସମୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏବିଷୟରେ ଗୀତା ପଟ୍ଟନାୟକଙ୍କ ପରିବାରକୁ ସରକାରଙ୍କ ତରଫରୁ ଅବଗତ କରାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର ଆସନ୍ତା ୧୬ ତାରିଖରେ ପ୍ରକାଶ ପାଇବ ଜେଇ ମେନ ସେସନ୍ -୧ ପରୀକ୍ଷାଫଳ

ଗତ ୫ ମାସ ପୂର୍ବରୁ ଗୀତାଙ୍କ ବଡ଼ ଭଉଣୀ ତଥା 'ସମାଜ' ଖବର କାଗଜର ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ପତ୍ନୀ ଇନ୍ଦିରା ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା । ସେହି ଦିନଠାରୁ ମାନସିକ ସ୍ତରରେ ଦୁର୍ବଳ ହୋଇପଡିଥିଲେ ଗୀତା ପଟ୍ଟନାୟକ ।

ସମ୍ବନ୍ଧିତ ଖବର ବକେୟା ଚାଲାଣ ପୈଠ ନକଲେ ହୋଇପାରିବନି PUCC

ସୂଚନାନୁସାରେ,ଗତ ୧୨ ତାରିଖ ଗୁରୁବାର ଦିନ ସନ୍ଧ୍ୟାରେ ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୀତା ପଟ୍ଟନାୟକ । ଏହି ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ । ସେଠାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିବା ସୂଚନା ମିଳିଥିଲା । ଏହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସନ୍ଧ୍ୟା ୬.୧୮ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି । ଅଭିଜିତ୍ ମଜୁମଦାର ଓ ହ୍ୟୁମାନ ସାଗରଙ୍କ ପରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି ।

ସମ୍ବନ୍ଧିତ ଖବର ଶ୍ରୀମନ୍ଦିର ପ୍ରଶାସନର ଚୂଡାନ୍ତ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ

ସୂଚନାଥାଉକି, ଓଡ଼ିଆ ଚଳଚ୍ଚିତ୍ର ସମେତ ଅନେକ ଆଧୁନିକ ଗାଇଛନ୍ତି ଗୀତା ପଟ୍ଟନାୟକ। ୧୯୭୦ ଦଶକରୁ ଗୀତା ପଟ୍ଟନାୟକ ଓଡ଼ିଆ ସଙ୍ଗୀତରେ ଏକ ପ୍ରମୁଖ ସ୍ୱର ହୋଇଆସିଛନ୍ତି, ବିଶେଷକରି ପ୍ରସିଦ୍ଧ ଗାୟକ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଅନେକ ଲୋକପ୍ରିୟ ଗୀତ ଭେଟିଦେଇଥିଲେ। ତାଙ୍କର କିଛି ଲୋକପ୍ରିୟ ଗୀତ ମଧ୍ୟରେ ରହିଛି ''ଫୁର କିନା ଉଡ଼ିଗଲା ବଣି'' "ଏମିତି ପୁଅକୁ ମୁଁ ବାହା ହୁଅନ୍ତି", "ବାହା ମୁଁ ହେବି", "ମୋ ଦେହରେ" ଏବଂ "ଏ ଦୁନିଆରେ କେହି ନା କେହି", "ଯୌତୁକ ନବ", "ନାଗରରେ ମୋର" ଏବଂ "ତୋ ବଇଂଶୀ" ଭଳି ଲୋକପ୍ରିୟ ଡୁଏଟ୍ ।

 

Tags: