ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମ୍ମାନଜନକ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା

ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମ୍ମାନଜନକ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା
Samaya Live News Picture
Published On

ପୁରୀ : ଇତିହାସ ରଚିଲେ ବିଶିଷ୍ଟ ଓଡ଼ିଆ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ରୁଷିଆର କାଲିନିନଗ୍ରାଡ୍ ଠାରେ ଆୟୋଜିତ ଦ୍ୱିତୀୟ ଆନ୍ତର୍ଜାତିକ ବାଲୁକା ଭାସ୍କର୍ଯ୍ୟ ମହୋତ୍ସବରେ ସମ୍ମାନଜନକ ରୁଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ ମାଷ୍ଟର କପ୍-୨୦୨୬' ପ୍ରଦାନ କରାଯାଇଛି । ସେ ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି। ବାଲୁକା କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ଓ ଗ୍ଲୋବାଲ ୱାମିଂକୁ ନେଇ ସୁଦର୍ଶନ ନିର୍ମାଣ କରିଥିବା ପ୍ରଭାବଶାଳୀ ବାଲୁକା କଳା ଜୁରି ମେମ୍ବରଙ୍କ ହୃଦୟ ଜିଣିଥିଲା । ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ୧୨ଟି ଦେଶ ସାମିଲ ହୋଇଥିଲେ।

ନିଜର ଏହି ସଫଳତା ନେଇ ଖୁସି ବ୍ୟକ୍ତ କରିବା ସହ ଏହା ତାଙ୍କ କ୍ୟାରିୟରର ଏକ ବଡ଼ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି। ନିଜ ଏକ୍ସ (X) ହ୍ୟାଣ୍ଡେଲରେ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି। ଏହି ସମ୍ମାନଜନକ ମାନ୍ୟତା ପାଇବାରେ ପ୍ରଥମ ଭାରତୀୟ ବାଲୁକା କଳାକାର ହୋଇଥିବାରୁ ମୁଁ ଗର୍ବିତ। ଆୟୋଜକ, ଜୁରି ସଦସ୍ୟ ଏବଂ ମୋର କଳା ଯାତ୍ରାକୁ ସମର୍ଥନ ଏବଂ ଉତ୍ସାହିତ କରିଥିବା ପ୍ରତ୍ୟେକଙ୍କ ପ୍ରତି ମୁଁ ଆନ୍ତରିକ ଭାବରେ କୃତଜ୍ଞ।

ବିଭିନ୍ନ ସାମାଜିକ, ପରିବେଶ ଏବଂ ଦେଶଭକ୍ତି ଭିତ୍ତିକ ବାଲୁକା କଳା ନିର୍ମାଣ କରି ସେ ପୂର୍ବରୁ ମଧ୍ୟ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ଲାଭ କରିଛନ୍ତି । ତାଙ୍କର ଏହି ବିଜୟ କେବଳ ଓଡ଼ିଶା ପାଇଁ ନୁହେଁ ବରଂ ସମଗ୍ର ଭାରତ ପାଇଁ ଏକ ଗୌରବର ବିଷୟ ପାଲଟିଛି ।

Tags: