ରିଫାଇନ - ପାମୋଲିନ ତେଲ ଦର ବୃଦ୍ଧି
ଭୁବନେଶ୍ୱର : ହାଣ୍ଡି ଶାଳରେ ମହଙ୍ଗା ମାଡ଼ । ଗ୍ୟାସ ପରେ ପରେ ବଢ଼ିଲା ଖାଇବା ତେଲ ଦର । ୮ ଟଙ୍କା ଯାଏଁ ରିଫାଇନ ତେଲ ଦର ବୃଦ୍ଧି ହୋଇଥିବା ବେଳେ ୫ ଟଙ୍କା ଲେଖାଏଁ ପାମୋଲିନ ତେଲ ଦର ବଢିଛି । ଓଡ଼ିଶାରେ ଅଧିକ ତେଲ ଗଚ୍ଛିତ ନାହିଁ । ଓଡିଶା ମାର୍କେଟରେ ଦୈନିକ ୧୦୦୦ ରୁ ୧୨୦୦ ଟନ ରିଫାଇନ ଓ ପାମୋଲିନ ତେଲର ଆବଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ୧୫ରୁ ୨୦ ଦିନ ପାଇଁ ତେଲ ଷ୍ଟକ ରହିଛି ବୋଲି ରାଜ୍ୟ ବ୍ୟବସାୟୀ ସଂଘର ସମ୍ପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଏହାକୁ ବାହାର ଦେଶରୁ ଆମଦାନୀ କରୁଛନ୍ତି । ସେମାନେ ଅସୁବିଧା ଦେଖୁଛନ୍ତି। ଦେଶ ଦେଶ ଭିତରେ ଯୁଦ୍ଧ ପାଇଁ ଏହି ପ୍ରଭାବ ପଡିଥିବା କୁହାଯାଉଛି । ଏବେ ରାଜ୍ୟରେ ତେଲ ଷ୍ଟକ ରହଛି । ରିଫାଇନ ତେଲକୁ ଛାଡ଼ିଲେ ରାଜ୍ୟରେ ଅନ୍ୟ ତେଲ ତଥା ସୋରିଷ, ବାଦାମ , ତେଲ ପ୍ରଚୁର ରହିଛି । ଏହାର ଦାମ ମଧ୍ୟ ବଢିନାହିଁ । ତେଣୁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ । ରାଜ୍ୟରେ ତେଲ କଳାବଜାରୀ ଯେପରି ନହେବ ସେଥିପ୍ରତି ସରକାର ଧ୍ୟାନ ଦେବାକୁ ଦାବି ହୋଇଛି ।



