ରିଲ୍ସ ନିଶା , ଭାସିଗଲେ ୨ ଯୁବକ
ଭଦ୍ରକ : ରିଲ୍ସ ନିଶା ହେଲା କାଳ । ନଦୀକୁ ଡେଇଁ ରିଲ୍ସ କରୁଥିବାବେଳେ ଗଭୀର ପାଣିରେ ଭାସି ଯାଇଛନ୍ତି ୨ ଯୁବକ । ଭଦ୍ରକ ଜିଲ୍ଲାରେ ଥିବା ସନ୍ତିଆ ବ୍ରିଜ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ରିଲ୍ସ କରୁଥିବା ବେଳେ ଅଘଟଣ ଘଟିଛି । ତେବେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ନିଖୋଜ ଯୁବକଙ୍କୁ ଅଗ୍ନିଶମ ଟିମ୍ ଖୋଜାଖୋଜି କରୁଛି । ରିଲ୍ସ ସୁଟିଂ କରୁଥିବା ପିଲାଙ୍କୁ ଅଟକ ରଖାଯାଇଛି। ସମସ୍ତ ପିଲା କେନ୍ଦୁଝର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Tags:



