ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡରେ ନିଯୁକ୍ତି ! ୪୪ ସରକାରୀ ଉଦ୍ୟୋଗକୁ ତଥ୍ୟ ମାଗିଲେ ରାଜ୍ୟ ସରକାର

ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡରେ ନିଯୁକ୍ତି ! ୪୪ ସରକାରୀ ଉଦ୍ୟୋଗକୁ ତଥ୍ୟ ମାଗିଲେ ରାଜ୍ୟ ସରକାର
Samaya Live News Picture
Published On

ଭୁବନେଶ୍ୱର :ଖୁବ ଶୀଘ୍ର ରାଜ୍ୟରେ ବୋର୍ଡ ନିଗମରେ ନିଯୁକ୍ତି ହେବ । ନେତାଙ୍କ ଥଇଥାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜ୍ୟର ୪୪ଟି ସରକାରୀ ଉଦ୍ୟୋଗକୁ ସାଧାରଣ ପ୍ରଶାସନ ବିଭାଗ ତଥ୍ୟ ମାଗିଛି । 

ସାଧାରଣ ପ୍ରଶାସନ ବିଭାଗର ଚିଠି ଅନୁସାରେ, ୨୦୨୪ ଜୁନ୍ ୧୨ରୁ ୨୦୨୬ ଏପ୍ରିଲ ୩୦ ତାରିଖ ମଧ୍ୟରେ କେଉଁ ସରକାରୀ ଉଦ୍ୟୋଗରେ କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଓ ଆଗାମୀ ଜୁନ୍ ୩୦ ତାରିଖ ସୁଦ୍ଧା କେଉଁ ସବୁ ପଦବୀରେ ନିଯୁକ୍ତି ଦିଆଯିବ । ଆଗାମୀ ଦିନରେ ଆଉ କେତେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି ସେସବୁର ସବିଶେଷ ତଥ୍ୟ ଏକ ନିର୍ଦ୍ଧାରିତ ଫର୍ମାଟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । 

 

 

Tags: