ଗ୍ରାହକଙ୍କୁ ଆଶ୍ବସ୍ତି ,କମିଲା ସୁନା ଓ ରୂପା ଦର
ଭୁବନେଶ୍ୱର : ଖସିଲା ସୁନା ଆଉ ରୁପା ଦାମ । ଲଗାତାର ବଢୁଥିବା ସୁନା ଆଉ ରୁପା ଦାମ ଭିତରେ, ଗ୍ରାହକଙ୍କ ପାଇଁ ଆସିଛି ସାମାନ୍ୟ ଆଶ୍ୱସ୍ତିକର ଖବର । ଶୁକ୍ରବାର ବଜାର ଖୋଲିବା ପରେ ସୁନା ଆଉ ରୁପା ଦାମ କମ ହୋଇଛି । ଏମସିଏକ୍ସରେ ରୁପା ଦର କିଲୋ ପିଛା ପ୍ରାୟ ୨୪ ହଜାର ଟଙ୍କା ହ୍ରାସ ପାଇଥିବା ବେଳେ ସୁନା ମଧ୍ୟ ୧୦ ଗ୍ରାମ୍ ପିଛା ୮ ହଜାର ଟଙ୍କାରୁ ଅଧିକ ଶସ୍ତା ହୋଇଛି ।
ଆଜି ୨୪ କ୍ୟାରେଟ ସୁନା ଦର ୮ ହଜାର ୨୩୦ ଟଙ୍କା କମି ୧୦ ଗ୍ରାମ ପିଛା ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କା ରହିଛି ।
ସେହିପରି ୨୨ କ୍ୟାରେଟ୍ ସୁନା ଦର ୭ ହଜାର ୫୫୦ ଟଙ୍କା କମି ୧୦ ଗ୍ରାମ ପିଛା ୧ ଲକ୍ଷ ୫୬ ହଜାର ୪୦୦ ଟଙ୍କାରେ ପହଞ୍ଚିଛି।
ଏହି ସମୟ ମଧ୍ୟରେ ୧୮ କ୍ୟାରେଟ ସୁନାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ୧୦ ଗ୍ରାମ ୧୮ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ୧,୩୪,୧୪୦ ତୁଳନାରେ ଆଜି ୧,୨୭,୯୭୦ ହୋଇଛି । ଏହା ୬ ହଜାର ୧୭୦ ଟଙ୍କା ସିଧାସଳଖ ହ୍ରାସ ପାଇଛି । କାଲି ଦିନକରେ ୧୧ ହଜାର ଟଙ୍କା ବଢିଥିଲା ସୁନା ଦର।
ସୁନା ପରି, ଆଜି ରୁପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ୧ କିଲୋଗ୍ରାମ ରୂପାର ମୂଲ୍ୟ ୧୫,୦୦୦ ହ୍ରାସ ପାଇଛି। ଗତକାଲି ପ୍ରତି କିଲୋଗ୍ରାମ ରୁପାର ମୂଲ୍ୟ ୪,୧୦,୦୦୦ରେ ପହଞ୍ଚିଥିଲା, ଯାହା ବର୍ତ୍ତମାନ ୩,୯୫,୦୦୦।
ଆଜି ଚେନ୍ନାଇ, ହାଇଦ୍ରାବାଦ, କେରଳ, ମଦୁରାଇ, ବିଜୟୱାଡା, ଭୁବନେଶ୍ୱର, କଟକ ଏବଂ ବିଶାଖାପାଟଣାରେ ରୂପା ମୂଲ୍ୟ ପ୍ରତି କିଲୋଗ୍ରାମ ୪୧୫,୦୦୦ । ଏହି ସହରଗୁଡ଼ିକରେ ୧୦ ଏବଂ ୧୦୦ ଗ୍ରାମ ରୂପାର ମୂଲ୍ୟ ଯଥାକ୍ରମେ ୪,୧୫୦ ଏବଂ ୪୧,୫୦୦।



