ଅସଲି ପୋଲିସ ହାତରେ ବନ୍ଧା ହେଲେ ୮ ନକଲି ପୋଲିସ
ଭୁବନେଶ୍ୱର : ଅସଲି ପୋଲିସ ହାତରେ ଧରାପଡିଲା ନକଲି ପୋଲିସ । ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ । ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ କରିଛି । ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ ।
ସୂଚନାନୁଯାୟୀ, ଏମାନେ ନିଜକୁ ସିଆଇଡି ଅଧିକାରୀ କହି ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରବେଶ କରୁଥିଲେ । ଶିକ୍ଷାନୁଷ୍ଠାନରେ ବ୍ୟାପକ ଅନିୟମିତତା ଦର୍ଶାଇ ଅର୍ଥ ଆଦାୟ କରୁଥିଲେ । ଏହାସହ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନରୁ ମଧ୍ୟ ଟଙ୍କା ଆଦାୟ କରୁଥିଲେ । ଟଙ୍କା ଆଦାୟ କରୁଥିବା ବେଳେ ଖବର ପାଇ ୮ ଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି ।
Tags:



