ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨ ଛାତ୍ରୀ ନିଖୋଜ

ଭୁବନେଶ୍ୱର: ମାର୍ଚ୍ଚ ୧୬: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ କେଉଁଆଡେ ଚାଲିଯାଇଛନ୍ତି । ଛାତ୍ରୀଙ୍କ ନିଖୋଜ ଘଟଣାକୁ ସହିଦନଗର ପୋଲିସ ସ୍ପଷ୍ଟ କରିଛି। ତେବେ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କ ପତ୍ତା ମିଳି ପାରୁନାହିଁ। ୨ ଛାତ୍ରୀ ଯୁକ୍ତ ୩ରେ ପଢୁଥିବାବେଳେ ସେମାନଙ୍କ ନିଖୋଜ ହେବାର କାରଣ ବର୍ତ୍ତମାନସୁଦ୍ଧା ମିଳିପାରିନି। ନିଖୋଜ ୨ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି। ଜଣେ ଛାତ୍ରୀ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳର […]

Samaya Live Picture
Published On

ଭୁବନେଶ୍ୱର: ମାର୍ଚ୍ଚ ୧୬: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ କେଉଁଆଡେ ଚାଲିଯାଇଛନ୍ତି । ଛାତ୍ରୀଙ୍କ ନିଖୋଜ ଘଟଣାକୁ ସହିଦନଗର ପୋଲିସ ସ୍ପଷ୍ଟ କରିଛି। ତେବେ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କ ପତ୍ତା ମିଳି ପାରୁନାହିଁ। ୨ ଛାତ୍ରୀ ଯୁକ୍ତ ୩ରେ ପଢୁଥିବାବେଳେ ସେମାନଙ୍କ ନିଖୋଜ ହେବାର କାରଣ ବର୍ତ୍ତମାନସୁଦ୍ଧା ମିଳିପାରିନି। ନିଖୋଜ ୨ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି। ଜଣେ ଛାତ୍ରୀ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ହଷ୍ଟେଲରେ ରହୁଥିବା ଜଣାପଡିଛି। ଜଣେ ଛାତ୍ରୀଙ୍କ ଘରୁ ପୋଲିସ୍ ଚିଠି ଠାବ କରିବା ସହ ସେଥିରେ ଛାତ୍ରୀ ଜଣକ ବାହାରକୁ ଚାଲି ଯାଇଥିବା କଥା ଉଲ୍ଲେଖ ରହିଛି। ସେହିପରି ଅନ୍ୟ ଜଣେ ଛାତ୍ରୀ ହଷ୍ଟେଲରେ ଏକ ଚିପ୍ ଛାଡି ଯାଇଛନ୍ତି। ଯେଉଁଥିରେ ସେ ହଷ୍ଟେଲ ଛାଡି ଚାଲିଯିବା କଥା ପ୍ରକାଶ କରିଛନ୍ତି।