ଭିଜିଲାନ୍ସ ଜାଲରେ RDE ଅଡିଟର
ଭୁବନେଶ୍ୱର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଅଡ଼ିଟର୍ । ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଅଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡ଼ିଟର୍ ଅମ୍ବିକା ପ୍ରସାଦ ରଥଙ୍କୁ ଧରିଛି ଭିଜିଲାନ୍ସ । ସର୍ଭିସ ଭେରିଫିକେସନ ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ । ଏହାପରେ ଏକ ସଂଗେ ତାଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ତାଙ୍କ ଠାରୁ ପ୍ରାୟ ୨୯ ଲକ୍ଷ ଟଙ୍କା ଠାବ ହୋଇଛି । ତାଙ୍କ କାର୍ଯ୍ୟାଳୟ ଡ୍ର ରୁ ୧ ଲକ୍ଷ ୨୮ ହାଜର ନଗଦ ମିଳିଥିଲା ସେହିପରି ତାଙ୍କ ବାସଭବନରୁ ୨୭ଲକ୍ଷ ୪୨ହଜାର ୯ଶହ ଟଙ୍କା ମିଳିଥିବା ସୂଚନା ମିଳିଛି ।
କିଛିଦିନ ତଳେ ଖୋର୍ଦ୍ଧା ଡିଗ୍ରି କଲେଜ୍ର ଜଣେ କର୍ମଚାରୀଙ୍କୁ ଏମ୍ଏସିପି ଯୋଜନା ଅଧୀନରେ ସେବା ଯାଞ୍ଚ ଓ ପେ ଫିକ୍ସେସନ୍ ଠିକ କରି ଦରମା ଉଠାଇବା ପାଇଁ ୪ ହଜାର ଟଙ୍କା ଦାବି କରିଥିଲେ ।କର୍ମଚାରୀ ଜଣଙ୍କ ଘଟଣା ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ ଯୋଜନା ମୁତାବକ ଗତକାଲି ସନ୍ଧ୍ୟାରେ ଶ୍ରୀ ରଥ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ପରେ ତାକୁ ଭିଜିଲାନ୍ସ ସେଲ୍କୁ ଆଣି ଜେରା କରାଯାଇଛି ।




