ଖୁବ ଶୀଘ୍ର ରେଭେନ୍ସା ବିବାଦର ହେବ ସମାଧାନ - ଭିସି

ଖୁବ ଶୀଘ୍ର ରେଭେନ୍ସା ବିବାଦର ହେବ ସମାଧାନ  - ଭିସି
Samaya Live News Picture
Published On

କଟକ : ଖୁବ ଶୀଘ୍ର ତୁଟିବ ରେଭେନ୍ସା ବିବାଦ । ସୂଚନା ଦେଇଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ଅର୍କ କୁମାର ଦାସ । କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏବଂ ବିଶ୍ୱବିଦ୍ୟାଳୟର ଶିକ୍ଷକ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ ଯୋଗୁଁ କ୍ୟାମ୍ପସରେ ଅଚଳାବସ୍ଥା ଲାଗି ରହିଛି । ବିଶ୍ୱବିଦ୍ୟାଳୟ ସିନେଟ୍ ସଦସ୍ୟ ଭାବେ କଟକ ସଦର ବିଧାୟକ ପ୍ରକାଶ କୁମାର ସେଠୀ ରହିବା ପାଇଁ ସରକାରୀ ପ୍ରସ୍ତାବ ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସିନେଟ ଗଠନ ହୋଇନାହିଁ ପ୍ରକ୍ରିୟା ଚାଲିଛି ବୋଲି କୁଳପତି କହିଛନ୍ତି । 

ଉଚ୍ଚ ଶିକ୍ଷା ବିଭାଗ ସହ ଆଲୋଚନା ଚାଲିଛି । ୱାଡେନ ଅଧ୍ୟାପକ,ଅଧ୍ୟାପିକା ହଷ୍ଟେଲ ଅନ୍ତେବାସୀ ଏବଂ ସଦର ବିଧାୟକଙ୍କ ସହ ଆପୋଷ ସମାଧାନ ପାଇଁ ଆଲୋଚନା ହେଉଛି । ବିବାଦ ସତ୍ତ୍ୱେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହୋଇ ନାହିଁ । ବିବାଦ ଚାଲିଥିଲେ ମଧ୍ୟ ଏହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢ଼ା କିମ୍ବା ହଷ୍ଟେଲ ପରିଚାଳନା ଉପରେ ପଡ଼ିନାହିଁ । ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷାଗତ ଓ ପ୍ରଶାସନିକ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିବା ସେ କହିଛନ୍ତି । ତେବେ ଏହି ବିବାଦର ମୂଳ ଇଷ୍ଟ ହଷ୍ଟେଲର ଅନ୍ତେବାସୀମାନଙ୍କ ପ୍ରତିବାଦ ଓ ଅନଶନରୁ ଆରମ୍ଭ ହୋଇଥିବା କୁହାଯାଉଛି। ପରେ ଘଟଣାଟି ବିଶ୍ୱବିଦ୍ୟାଳୟ ପ୍ରଶାସନ, ଶିକ୍ଷକ ସଂଘ ଏବଂ ବିଧାୟକଙ୍କ ମଧ୍ୟରେ ବିବାଦର ରୂପ ନେଇଥିଲା । 

ଏହି ପ୍ରସଙ୍ଗରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଘଟଣାକୁ ନେଇ କୁଳାଧିପତି ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ କରାଯାଇଛି । ସମସ୍ୟାର ସମାଧାନ ପାଇଁ ସେ ବ୍ୟକ୍ତିଗତ ଭାବେ ଶିକ୍ଷକ ସଂଘ ଓ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ଏପର୍ୟ୍ୟନ୍ତ କୌଣସି ସହମତି ହୋଇପାରିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । 

ଏବେ ସମସ୍ତଙ୍କ ନଜର ରହିଛି କୁଳାଧିପତି, ଉଚ୍ଚ ଶିକ୍ଷା ବିଭାଗ ଏବଂ ସମ୍ପୃକ୍ତ ପକ୍ଷମାନଙ୍କ ଆଲୋଚନା ଉପରେ । ଏହି ବିବାଦର ସମାଧାନ କେବେ ବାହାରିବ ଏବଂ ରେଭେନ୍ସାର ପରିସ୍ଥିତି କେବେ ସ୍ୱାଭାବିକ ହେବ, ତାହାକୁ ନେଇ ଶିକ୍ଷାମହଳ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅପେକ୍ଷା ଜାରି ରହିଛି ।

 

Tags: