ଆସନ୍ତା କାଲି ଠାରୁ ସ୍ଥଗିତ ରହିବ ରତ୍ନ ଭଣ୍ଡାର ଗଣତି ମଣତି କାର୍ଯ୍ୟ

ଆସନ୍ତା କାଲି ଠାରୁ ସ୍ଥଗିତ ରହିବ ରତ୍ନ ଭଣ୍ଡାର ଗଣତି ମଣତି କାର୍ଯ୍ୟ
Samaya Live News Picture
Published On

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଜୁନ୍ ମାସରେ ପୁଣି ଗଣତି ଆରମ୍ଭ କରିବାକୁ ସ୍ଥିର କରାଯାଇଛି । ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ଓ ପରିଚାଳନା କମିଟିର ବୈଠକଗୁଡ଼ିକ କ୍ରମାଗତ ଭାବେ ଆୟୋଜିତ ହେବ। ସେଥିପାଇଁ ଗଣିତି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ନିଆଯାଇଛି ଏଭଳି ନିଷ୍ପତ୍ତି । ତେବେ ମହାପ୍ରଭୁଙ୍କ ଆଗାମୀ ପର୍ବପର୍ବାଣୀ, ବିଶେଷକରି ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି, ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। 

Tags: