ଭକ୍ତମୟ ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

ପୁରୀ: ଜୁଲାଇ ୦୧: ଶ୍ରୀମନ୍ଦିର ରତ୍ନସିଂହାସନରୁ ଭକ୍ତମାନଙ୍କ ପାଇଁ ଆଜି ବଡ଼ଠାକୁର ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି । ବଡ଼ଦାଣ୍ଡର ପରିବେଶ ଏବେ ଭକ୍ତମୟ ହୋଇଯାଇଛି । ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିକୁ ଦେଖିବା ପାଇଁ ଭକ୍ତମାନେ କାହୁଁ କେତେ ଦୂରରୁ ଆସୁଛନ୍ତି । ଏହିପରିପ୍ରେକ୍ଷୀରେ, ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଛନ୍ତି । ଆଜି ପ୍ରଥମେ ଶ୍ରୀମନ୍ଦିର ସେବାୟତମାନେ ଶ୍ରୀସୁଦର୍ଶନଙ୍କୁ ରଥାରୁଢ଼ କରିଥିଲେ । ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡି ବିଜେ କରି ତାଳଧ୍ୱଜ ରଥକୁ ଅଣାଯାଇଥିଲା । ସେହିପରି […]

Samaya Live Picture
Published On

ପୁରୀ: ଜୁଲାଇ ୦୧: ଶ୍ରୀମନ୍ଦିର ରତ୍ନସିଂହାସନରୁ ଭକ୍ତମାନଙ୍କ ପାଇଁ ଆଜି ବଡ଼ଠାକୁର ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି । ବଡ଼ଦାଣ୍ଡର ପରିବେଶ ଏବେ ଭକ୍ତମୟ ହୋଇଯାଇଛି । ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିକୁ ଦେଖିବା ପାଇଁ ଭକ୍ତମାନେ କାହୁଁ କେତେ ଦୂରରୁ ଆସୁଛନ୍ତି । ଏହିପରିପ୍ରେକ୍ଷୀରେ, ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଛନ୍ତି । ଆଜି ପ୍ରଥମେ ଶ୍ରୀମନ୍ଦିର ସେବାୟତମାନେ ଶ୍ରୀସୁଦର୍ଶନଙ୍କୁ ରଥାରୁଢ଼ କରିଥିଲେ ।

ଭକ୍ତମୟ ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡି ବିଜେ କରି ତାଳଧ୍ୱଜ ରଥକୁ ଅଣାଯାଇଥିଲା । ସେହିପରି ଦେବୀ ସୁଭଦ୍ରା ମଧ୍ୟ ବଡ଼ଭାଇଙ୍କ ପରି ପହଣ୍ଡିରେ ଆସି ଦର୍ପଦଳନରେ ବିରାଜମାନ କରିଥିଲେ । ଶେଷରେ କାଳିଆ ଠାକୁରଙ୍କୁ ସେବାୟତମାନେ ପହଣ୍ଡିରେ ଝୁଲାଇ ଝୁଲାଇ ନନ୍ଦିଘୋଷ ଉପରକୁ ଆଣିଥିଲେ ।

ଭକ୍ତମୟ ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ