ରଥଯାତ୍ରା ଭିଡ଼ ମୃତ୍ୟୁ, ମାନବାଧିକାର କମିଶନଙ୍କ ଜବାବ ତଲବ
ଭୁବନେଶ୍ବର : ରଥଯାତ୍ରା ଅଘଟଣ ପାଇଁ ରାଜ୍ୟ ମାନବାଧିକାର ଆୟୋଗ ଜବାବ ତଲବ କରିଛନ୍ତି । କେଉଁ ତ୍ରୁଟି ପାଇଁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଲା ଏନେଇ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ କରିଛନ୍ତି । ଆହତଙ୍କୁ ସଠିକ୍ ଚିକିତ୍ସା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।
ଏହାସହ ବାହୁଡ଼ା ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଗୃହ ବିଭାଗ, ଜିଲ୍ଲାପାଳ ଓ SPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଆବେଦନକୁ ବିଚାର କରି OHRC ଏହିଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ତେବେ ରଥଯାତ୍ରା ବେଳେ ଅଣନିଃଶ୍ବାସୀ ହୋଇ ଜଣଙ୍କର ଓ ହୃଦଘାତରେ ଜଣଙ୍କର ମୃତ୍ୟୁ ଘଟିଥିଲା ।
ସେହିପରି ଆଗାମୀ ବାହୁଡା ଯାତ୍ରାକୁ ସୁରକ୍ଷିତ କରିବାକୁ ରାଜ୍ୟ ଗୃହ ବିଭାଗ, ପୁରୀ ଜିଲ୍ଲାପାଳ ଏବଂ ପୁରୀ ଏସପିଙ୍କୁ ମାନବାଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବି ନିଶିକାନ୍ତ ମିଶ୍ରଙ୍କ ରଥଯାତ୍ରା ଦଳାଚକଟାକୁ ନେଇ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ଯେଉଁ ଆବେଦନକୁ ମାନାବାଧିକାର ଆୟୋଗ ଗ୍ରହଣ କରିଛନ୍ତି ।




