ବିରଳ କୃଷ୍ଣସାର ମୃଗ ଗଣନା ଆରମ୍ଭ

ବିରଳ କୃଷ୍ଣସାର ମୃଗ ଗଣନା ଆରମ୍ଭ

ଗଞ୍ଜାମ : ଆଜିଠାରୁ ଆରମ୍ଭ ହେଲା ବିରଳ କୃଷ୍ଣସାର ମୃଗ ଗଣନା । ଡ୍ରୋନ ଓ ଏଆଇ ଜରିଆରେ ଚାଲିଛି ଗଣନା କାମ । ଆସିକା ବନାଞ୍ଚଳର ଜଗତି ପିଢ଼ିଆ ଓ ଏହାର ଆଖପାଖ ଅଞ୍ଚଳ ବିରଳ କୃଷ୍ଣସାର ମୃଗଙ୍କ ଗଣନା ଚାଲିଛି । କୃଷ୍ଣସାର ମୃଗ ଗଣନା ପାଇଁ ୨୮ ଦଳ ଗଠନ କରାଯାଇଛି । ଏଥିରେ ସାମିଲ ହୋଇଛନ୍ତି ଟ୍ରେନର, ବ୍ରହ୍ମପୁର ଏସିଏଫ, ଆସ୍କା ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ। ସକାଳୁ ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ଗଣତି କାର୍ଯ୍ୟ ହେଉଛି। ଆସନ୍ତାକାଲି କେତେ ସଂଖ୍ୟାରେ କୃଷ୍ଣସାର ମୃଗ ଅଛନ୍ତି ସେ ସମସ୍ତ ତଥ୍ୟ ଉପସ୍ଥାପିତ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।       

ସମ୍ବନ୍ଧିତ ଖବର ଅନୁଭବଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

ସୂଚନା ଅନୁସାରେ, ପ୍ରତି ବର୍ଷ ଗଞ୍ଜାମ ଦକ୍ଷିଣ ଘୁମୁସର ଖଣ୍ଡ ଅଧୀନରେ ଆସିକା ବନାଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢୁଛି। ପୂର୍ବରୁ ଦୁଇ ବର୍ଷକୁ ଥରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ଗଣନା କରାଯାଉଥିଲା। କିନ୍ତୁ ପ୍ରତିବର୍ଷ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢୁଥିବା ହେତୁ ବିଗତ ବର୍ଷ ଠାରୁ ବର୍ଷକୁ ବର୍ଷ ଏହାର ଗଣନା କରାଯାଉଛି । ଏହି ମୃଗକୁ ସ୍ଥାନୀୟ ଅଞ୍ଚଳର ଲୋକେ କଳା ବହୁତୀୟା ବା ବାଲି ହରିଣ କୁହନ୍ତି । ଏହି ଅଞ୍ଚଳରେ ଏମାନେ ଅବାଧରେ ବୁଲନ୍ତି ବିଶେଷ କରି ସ୍ଥାନୀୟ ଲୋକେ ବି ଏହି ବିରଳ କୃଷ୍ଣସାର ମୃଗଙ୍କ ସୁରକ୍ଷା ପ୍ରତି ଯତ୍ନବାନ । କୃଷ୍ଣସାର ମୃଗଙ୍କ ସଂଖ୍ୟା ଗଣତି ପାଇଁ ଟ୍ରେନର, ବ୍ରହ୍ମପୁର ଏସିଏଫ, ଆସ୍କା ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ସାମିଲ ହେଉଛନ୍ତି। ଯାହାଦ୍ୱାରା କୃଷ୍ଣସାର ମୃଗଙ୍କର ସଠିକ ଭାବରେ ତଥ୍ୟ ମିଳିପାରୁଛି। 

ସମ୍ବନ୍ଧିତ ଖବର ମନ୍ତ୍ରୀଙ୍କ ବାସ ଭବନରୁ ମୃତଦେହ ଉଦ୍ଧାର

 

ସମ୍ବନ୍ଧିତ ଖବର କ୍ଲାସ ନକରି ଖଟି କଲେ ଆଧ୍ୟାପକଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

Tags: