ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦୁଷ୍କର୍ମ ପୀଡିତା

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦୁଷ୍କର୍ମ ପୀଡିତା
Samaya Live News Picture
Published On

କେନ୍ଦୁଝର :  କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ  ଗତକାଲି ରାତିରେ କଟକ ବଡ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କଟକ ସ୍ଥିତ ଏସସିବି ଡାକ୍ତରଖାନା ଟ୍ରମା କେୟାରରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ତାଙ୍କର ମୃତ୍ୟୁ ଘଟିଛି । 

ଗତ ୧୦ ତାରିଖ ଦିନ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବେଣା ସାପ୍ତାହିକ ହାଟରୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ ଜଣେ ଜୁଆଙ୍ଗ ବିଧବା ମହିଳା । ତାଙ୍କୁ ତେଲକୋଇ ଥାନା ପଡାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଟେଣ୍ଟେଇନାଲୀ ଗ୍ରାମର ଦାଶରଥି ଜୁଆଙ୍ଗ ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରିଥିବା ନେଇ ଗତକାଲି ତେଲକୋଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏନେଇ ଏକ ଦୁଷ୍କର୍ମ ମାମଲା ରୁଜୁ କରି ପୀଡ଼ିତାଙ୍କୁ ଭେଟିବାକୁ କଟକ ବଡ ଡାକ୍ତରଖାନା ଯାଇଥିଲା । 

ଅନ୍ୟପଟେ, ଘଟଣା ପରଠାରୁ ଦାଶରଥୀ ମଧ୍ୟ ଗାଁ ଛାଡ଼ି କେଉଁ ଆଡ଼େ ଫେରାର ହୋଇଯାଇଛି । ତାଙ୍କୁ ଧରିବାକୁ ଉଦ୍ୟମ କରୁଛି ପୋଲିସ । ସେ ଧରା ପଡ଼ିବା ପରେ ବାସ୍ତବରେ ଘଟଣା ଦିନ କ’ଣ ହୋଇଥିଲା, ତା’ହା ସ୍ପଷ୍ଟ ହେବ ।

Tags: