ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ସହ ଜୋରିମାନା

ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ସହ ଜୋରିମାନା
Samaya Live News Picture
Published On

ଢେଙ୍କାନାଳ : ନାବାଳିକାଙ୍କୁ ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଜେଲ ଦଣ୍ଡ ସହ ଜୋରିମାନା । ଢେଙ୍କାନାଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଗୁରୁତ୍ତ୍ୱପୂର୍ଣ୍ଣ ରାୟ । ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ସାଗର ବାରିକକୁ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-କମ୍-ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ପରଜଙ୍ଗ ଥାନା ମାମଲା ନଂ-୭୭/୨୦୧୯ର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଏହି ଗତ ୨୦୧୯ ମାର୍ଚ୍ଚ ୨୫ ରେ ପରଜଙ୍ଗ ଥାନାରେ ନାବାଳିକାଙ୍କୁ ଯୌନ ନିର୍ଯାତନା ନେଇ ତାଙ୍କ ପରିବାର ପକ୍ଷରୁ ମାମଲା ରୁଜୁ ହୋଇଥିଲା । ପରେ ପୋଲିସ ତଦନ୍ତ ଆରମ୍ଭ କରି  ପରଜଙ୍ଗ ଥାନା ଅନ୍ତର୍ଗତ ମାଣିକମରା ଗ୍ରାମର ସାଗର ବାରିକ (୧୯)ଙ୍କୁ ଗିରଫ କରିଥିଲା । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧିର ଧାରା ୩୭୬(୩) ଏବଂ ପୋକ୍ସୋ ଆଇନର ଧାରା ୮ ଅନୁଯାୟୀ ମାମଲା ଚାଲିଥିଲା । କୋର୍ଟ ଦଣ୍ଡାଦେଶ ସହ ଅଭିଯୁକ୍ତଙ୍କ ଉପରେ ୨୦ ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି। ଜରିମାନା ଅନାଦାୟ କଲେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।ମାମଲାର ତଦନ୍ତ ଏସଆଇ ସସ୍ମିତା ପାଲ କରିଥିବାବେଳେ ସ୍ୱତନ୍ତ୍ର ପୋକ୍ସୋ ସରକାରୀ ଓକିଲ ସ୍ମିତା ପଟ୍ଟନାୟକ ମାମଲାର ପରିଚାଳନା କରିଥିଲେ।

Tags: