ହଟିବ ନାହିଁ ରମେଶ ଜେନାଙ୍କ ନିଲମ୍ବନ - ଭକ୍ତ

ହଟିବ ନାହିଁ ରମେଶ ଜେନାଙ୍କ ନିଲମ୍ବନ - ଭକ୍ତ
Samaya Live News Picture
Published On

ଭୁବନେଶ୍ୱର  : ବ୍ୟକ୍ତି ନୁହେଁ ଦଳ ବଡ଼ । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ବିଧାୟକ ରମେଶ ଜେନାଙ୍କ ନିଲମ୍ବନ ହଟିବ ନାହିଁ କହିଲେ ଭକ୍ତ । ସେ କହିଛନ୍ତି ବ୍ୟକ୍ତି ବଡ଼ ନୁହେଁ ଦଳ ବଡ଼ । ରମେଶଙ୍କ ବିଧାୟକ ପଦ ରଦ୍ଦ ପାଇଁ ଚାର୍ଜସିଟ୍ ପ୍ରସ୍ତୁତ ହେଉଛି । ବିନା ରମେଶ ଜେନାରେ ଗଞ୍ଜାମ, ବିନା ଭକ୍ତ ଦାସରେ କଂଗ୍ରେସ ଚାଲିପାରିବ । ଗଞ୍ଜାମ ଜିଲ୍ଲା ସଭାପତି ଭାବରେ ସଂଗଠନ କୁ ମଝବୁତ କରିବା ରମେଶଙ୍କ ଦାୟିତ୍ୱ ଥିଲା । ଯେହେତୁ ସିଏ ୱାନ ମେନ ଥିଲେ, ଦଳ ତାଙ୍କ ଉପରେ ଭରସା କରୁଥିଲା ତେଣୁ ସିଏ କ୍ରସ ଭୋଟିଂ କରିବାକୁ ଡରିଲେ ନାହିଁ । ସଂଗଠନ ଥିଲେ ନିଶ୍ଚିନ୍ତ ଡରିଥାନ୍ତେ । ଗୋଟିଏ ରମେଶ ଜେନା ନୁହେଁ ଗଞ୍ଜାମରେ ହଜାରେ ରମେଶ ଜେନା ଆସିବେ । ସମସ୍ତେ ଦେଖିବେ ଗଞ୍ଜାମରେ କଂଗ୍ରେସ କେମିତି ମଝଭୁତ । AICC ରମେଶଙ୍କୁ ସସ୍ପେଣ୍ଡ୍ କରିଛି, ତାହା ବିରୋଧରେ ଯିବା ଉଚିତ ନୁହେଁ ବୋଲି ପିସିସ ସଭାପତି ସ୍ପଷ୍ଟ କରି କହିଛନ୍ତି ।

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡଃ ଦତ୍ତ୍ୱେଶ୍ୱର ହୋତାଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ବିଧାୟକ ରମେଶ ଜେନା, ଦାଶରଥି ଗମାଙ୍ଗୋ ଓ ସୋଫିଆ ଫିରଦୌଷ କ୍ରସ ଭୋଟିଂ କରିଥିଲେ l ଯାହା ଦଳୀୟ ଶୃଙ୍ଖଳାର ଘୋର ଅବମାନନା ସହ ସାମ୍ବିଧାନିକ ନିୟମର ଖୋଲାଖୋଲି ଉଲଂଘନ ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛି l

 

 

 

Tags: