ରାଜ୍ୟସଭା ଆସନକୁ ନେଇ ଛକାପଞ୍ଝା
ଭୁବନେଶ୍ୱର : ନୂଆପଡ଼ା ପରେ ବିଜେପିର ରାଜ୍ୟ ସଭା ମିଶନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ନେଇ ଏମ୍ପି ସୁଜିତ କୁମାର ବଡ଼ ବୟାନ ଦେଇଛନ୍ତି। ଆସନ୍ତା ବର୍ଷ ଖାଲି ହେବାକୁ ଥିବା ଆସନରୁ ବିଜେପି ୨, ବିଜେଡିକୁ ୧ , ଆଉ ଗୋଟିଏ ସିଟକୁ ନେଇ ସଂଖ୍ୟା ଦ୍ବନ୍ଦ୍ବ ବଢିବାରେ ଲାଗିଛି । ଏହି ଆସନ କିଏ ହାତେଇବା ଏନେଇ ଛକାପଞ୍ଝା ଲାଗି ରହିଛି I
ସୂଚନାନୁସାରେ, ଆସନ୍ତା ବର୍ଷ ଏପ୍ରିଲରେ ଓଡ଼ିଶାର ୧୦ ରାଜ୍ୟସଭା ସିଟ୍ ଭିତରୁ ଶେଷ ହେଉଛି ୪ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ । ସୁଜିତ କୁମାର, ମମତା ମହନ୍ତ, ନିରଞ୍ଜନ ବିଶି, ମୁନା ଖାନଙ୍କ କାର୍ଯ୍ୟକାଳ ଆଗାମୀ ଦିନରେ ସରିବାକୁ ଯାଉଛି। ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ଭିତରୁ ଗୋଟିଏ ଆସନରେ ବିଜେଡିର ପ୍ରାର୍ଥୀ ଯିବା ଏକପ୍ରକାର ଥୟ । ଆଉ ଏହି ପ୍ରାର୍ଥୀ ଜଣକ କିଏ ହେବ, ତାକୁ ନେଇ ଏବେ ଅନେକ ପ୍ରଶ୍ନ ।
Tags:




