ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ମାର୍ଚ୍ଚ ୧୬ରେ ହେବ ରାଜ୍ୟସଭା ନିର୍ବାଚନ । ପ୍ରେସନୋଟ୍‌ ଜାରି କରି ଭାରତୀୟ ନିର୍ବାଚନ କମିଶନ (ECI ) ସୂଚନା ଦେଇଛନ୍ତି ।  ନିର୍ବାଚନ ପାଇଁ ଫେବୃଆରୀ ୨୬ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୫ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ୬ରେ ନାମାଙ୍କନ ଯାଞ୍ଚ ହେବ । ଏବଂ ମାର୍ଚ୍ଚ ୯ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି । ମାର୍ଚ୍ଚ ୧୬ ସକାଳ ୧୦ ଟାରୁ ଅପରାହ୍ନ ୪ ଟା ଯାଏଁ ମତଦାନ ଚାଲି ଏବଂ  ଅପରାହ୍ନ ୫ଟାରେ ହେବ ଭୋଟ ଗଣତି ।

ସମ୍ବନ୍ଧିତ ଖବର ଟ୍ରମ୍ପ-ନେତାନ୍ୟାହୁ ରୁଦ୍ଧଦ୍ବାର ବୈଠକ

୧୦ ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଏଥିରେ ଓଡ଼ିଶାରୁ ୪ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଓଡ଼ିଶାର ୪ଟି ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି । ସାଂସଦ ମମତା ମହନ୍ତ, ସୁଜିତ କୁମାର, ମୁନା ଖାଁ, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

ସମ୍ବନ୍ଧିତ ଖବର ୪ ସହର ହେବ ଇକୋନୋମିକ ଜୋନ - ଅନୁ ଗର୍ଗ

Tags: