ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ , ହାଇକୋର୍ଟ ର ଦ୍ୱାରସ୍ଥ ହେଲା ବିଜେଡି

କାଗଜ କଲମରେ ମୁଁ ବିଜେଡିରେ ଅଛି - ବିଧାୟକ ଅରବିନ୍ଦ ମହାପାତ୍ର

ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ , ହାଇକୋର୍ଟ ର ଦ୍ୱାରସ୍ଥ ହେଲା ବିଜେଡି
Samaya Live News Picture
Published On

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ ମାମଲା । ହାଇକୋର୍ଟ ରେ ପହଁଚିଲା ବିଜେଡି । ବାଚସ୍ପତିଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ରେ ବିଜେଡି ରିଟ୍ ପିଟିସନ ଦାଖଲ କରଛି । ୮ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ଦାବିରେ ଦାଖଲ ପିଟିସନ ଖାରଜ ହେବା ପରେ ବିଜେଡି ଏହି ପଦକ୍ଷେପ ନେଇଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । 

ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ନବ ମଲ୍ଲିକ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରଧର କହଁର, ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ କ୍ରସ୍ ଭୋଟିଂ କରିଥିଲେ । ଏହାକୁ ନେଇ ସେମାନଙ୍କ ବିଧାୟକ ପଦ ରଦ୍ଦ ପାଇଁ ବିଜେଡି ପୂର୍ବରୁ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲା । ତେବେ ଟେକ୍ନିକାଲ୍‌ ଗ୍ରାଉଣ୍ଡରେ ବାଚସ୍ପତି ପିଟିସନକୁ ଖାରଜ କରିଥିଲେ । ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜେଡି ରିଟ୍ ପିଟିସନ ଦାଖଲ କରଛି । ବାଚସ୍ପତି ସୁରମା ପାଢ଼ୀଙ୍କୁ ପକ୍ଷଭୁକ୍ତ କରି ବିଜେଡି ପକ୍ଷରୁ ରିଟ୍‌ ପିଟିସନ ଦାଖଲ କରାଯାଇଛି ।

ସେପଟେ, ବିଜେଡି ହାଇକୋର୍ଟ ଯିବା ପ୍ରସଙ୍ଗରେ ବିଧାୟକ ଅରବିନ୍ଦ ମହାପାତ୍ର ମୁହଁ ଖୋଲିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଁ କୌଣସି ଦଳର ନୁହେଁ । କାଗଜ କଲମରେ ମୁଁ ବିଜେଡିରେ ଅଛି । ମୁଁ ପାଟକୁରାର ସେବା ପାଇଁ ଲାଗିଛି । କିଏ କୋର୍ଟକୁ ଗଲେ ମୁଁ ଚିନ୍ତିତ ନୁହେଁ । ଯିଏ ଯାହା କରିବା କଥା କରନ୍ତୁ । ମୋର କୌଣସି ଅସୁବିଧା ନାହିଁ । ଯିଏ ଯାହା କରିବା କଥା କରନ୍ତୁ । ମୁଁ ଆଇନ ଅନୁସାରେ ଭୋଟ୍ ଦେଇଥିଲି । ସେପଟେ, ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଏମିତି ଅପିଲରେ କିଛି ଦମ ନାହିଁ। ରାଜ୍ୟସଭା ପାଇଁ ବିବେକାନୁମୋଦିତ ଭୋଟ ହୁଏ। ହ୍ୱିପ ଲାଗୁ ହୁଏ ନାହିଁ।

 

Tags: