ରାଜ୍ୟସଭା ନିର୍ବାଚନ, କ୍ରସ ଭୋଟିଂକୁ ନେଇ ବଢୁଛି ସସ୍ପେନ୍ସ

ରାଜ୍ୟସଭା ନିର୍ବାଚନ, କ୍ରସ ଭୋଟିଂକୁ ନେଇ ବଢୁଛି ସସ୍ପେନ୍ସ

ଭୁବନେଶ୍ୱର : ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ। ସକାଳ ୯ଟାରୁ ଆରମ୍ଭ ହୋଇଛି ମତଦାନ। ପ୍ରଥମେ ଭୋଟ ଦେଲେ ସଂସଦୀୟ ବ୍ୟପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ କ୍ରସ ଭୋଟିଂ କୁ ନେଇ ଦଳ ଗୁଡିକ ମଧ୍ୟରେ ଛକ୍କା ପଞ୍ଝା ଲାଗି ରହିଥିଲା । କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ,ରମେଶ ଜେନା ଏବଂ ଗଜପତି ମୋହନା ବିଧାୟକ ଦାଶରଥୀ ଗମାଙ୍ଗୋଙ୍କ ଆଭିମୁଖ୍ୟକୁ ନେଇ କିଛି ଦିନ ହେଲା ସନ୍ଦେହ ଜାରି ରହିଥିବା ବେଳେ, ଆଜି ୩ଜଣ ଯାକ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଦେଇଛନ୍ତି । କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଓ ରମେଶ ଜେନା କ୍ରସ ଭୋଟିଂକରିଥିବା ଅନୁମାନ କରାଯାଉଛି । କଂଗ୍ରେସ ଏଜେଣ୍ଟ ଭକ୍ତ ଚରଣ ଦାସ ଦୁଇ ଜଣଙ୍କ ଭୋଟକୁ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦଳୀୟ ହୁଇପ ନ ମାନି ଅନ୍ୟତ୍ର ଭୋଟ ଦେଇଛନ୍ତି ବୋଲି କହିଛନ୍ତି । ତେଣୁ ଆମ ଅଭିଯୋଗକୁ ଗ୍ରହଣ କରି ବିଚାର କରିବାକୁ ସେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ସେପଟେ ବିଜେଡି ବିଧାୟକ ଚକ୍ରମଣି କହଁରଙ୍କ ଭୋଟ ନାକଚ ହୋଇପାରେ । ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ପହଞ୍ଚି ଭୋଟ ଦେଇ ଏଜେଣ୍ଟଙ୍କୁ ନ ଦେଖାଇ ଦୌଡ଼ି ପଳାଉଥିବା ଦେଖାଯାଇଥିଲା । ଏପରିକି ସେ କାହାକୁ ଭୋଟ ଦେଲେ ସେନେଇ ମଧ୍ୟ ମୁହଁ ଖୋଲିଲେନି କିମ୍ବା କାହାକୁ ଭୋଟ ଦେଲେ ସେ ନେଇ ସ୍ପଷ୍ଟ କରିନାହାନ୍ତି । ଗଣମାଧ୍ୟମର ପ୍ରଶ୍ନର କୌଣସି ଉତ୍ତର ନଦେଇ ପଳାଇ ଥିଲେ । ଏପରିକି ବିଜେଡି ବିଧାୟକଙ୍କ ତାଲିମରେ ଯୋଗ ଦେଇନଥିଲେ ଚକ୍ରମଣି । ବିଜେଡି ତାଙ୍କୁ ଏଥିପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ତେଣୁ ତାଙ୍କ ଭୋଟକୁ ନେଇ ଅନେକ ଚର୍ଚ୍ଚା ବଢିଛି । ତେବେ ସେ ବାହାରେ ଯାଇ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦଳୀୟ ନିଷ୍ପତି ଅନୁସାରେ ଭୋଟ ଦେଇଛନ୍ତି ବୋଲି କହିଛନ୍ତି । କଂଗ୍ରେସର ବାରବାଟୀ ବିଧାୟିକା ସୋଫିଆ ଫିରଦୋୖସ ମଧ୍ୟ ଭୋଟ ଦେଇସାରି କୌଣସି ପ୍ରତିକ୍ରିୟା ନଦେଇ ଚୁପଚାପ ଚାଲି ଯାଇଥିଲେ । ତେଣୁ ଏହି ବିଧାୟକ ମାନଙ୍କ ଭୋଟ କୁ ନେଇ ସସ୍ପେନ୍ସ ବଢୁଛି ।

ସମ୍ବନ୍ଧିତ ଖବର ପ୍ରାପ୍ତ ବୟସ୍କ ମହିଳା ସ୍ୱାଧୀନ ଭାବରେ ଅଲଗା ରହିପାରିବେ : ହାଇକୋର୍ଟ

ସେପଟେ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେପିକୁ ଭୋଟ ଦେବା ନେଇ ଚର୍ଚ୍ଚା ହେଉଛି। ଅରବିନ୍ଦ ବିଜେଡି ଏଜେଣ୍ଟକୁ ଦେଖେିଇ ନାହାନ୍ତି ନିଜ ଭୋଟ । ବିଜେପି ଏଜେଣ୍ଟଙ୍କୁ ଦେଖେଇଲେ ବୋଲି ସୂଚନା ମିଳୁଛି । 

ସମ୍ବନ୍ଧିତ ଖବର ଗ୍ୟାସ ପାଇଁ ହା - ହା କାର, କଳାବଜାରୀ ରୋକିବାକୁ ମନ୍ତ୍ରୀଙ୍କ ନିର୍ଦେଶ

ଅନ୍ୟପଟେ, ରାଜ୍ୟସଭା ନିର୍ବାଚନ ନେଇ ମୁଁହ ଖୋଲିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ଦଳର ରାଜ୍ୟସଭା ପ୍ରାର୍ଥି ମନମୋହନ ସାମଲ । ସେ କହିଛନ୍ତି "ମୁଁ ପ୍ରଥମରୁ କହିଛି ଚତୁର୍ଥ ସିଟ୍ ଆମେ ଜିତିବୁ । ଏଥିରେ କିଛି ସନ୍ଦେହ ଅଛି କି"? ଆଜି ସମସ୍ତେ ଆସିଥିଲେ, ଆଲୋଚନା ହୋଇଛି, ଭୋଟ ଦେବାକୁ ଯାଉଛନ୍ତି. ଅପେକ୍ଷା କରନ୍ତୁ । ସନାତନ ମହାକୁଡ ଯାହାକୁ ବି ଭୋଟ ଦେଇଥିବେ ସେ ତାଙ୍କ ବିବେକ ଅନୁଯାୟୀ ଦେଇଥିବେ ।

କ୍ରସ୍‌ ଭୋଟିଂ ନାହିଁ କହିଲେ ଜୟନାରାୟଣ ମିଶ୍ର । ସମସ୍ତେ ବିବେକାନୁମୋଦିତ ଭୋଟ୍‌ ଦେବେ । କାମଳ ରୋଗୀଙ୍କୁ ସବୁ ହଳଦିଆ ଦିଶେ । ନବୀନ ବାବୁଙ୍କୁ ସେଥିପାଇଁ ସବୁ ହଳଦିଆ ଦିଶୁଛି। "୬ଟା ଯାଏଁ ଅପେକ୍ଷା କରନ୍ତୁ ଦେଖିବେ ରେଜଲ୍ଟ ବୋଲି କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର'।

 

Tags: