ରାଜ୍ୟସଭା ନିର୍ବାଚନ : ନବୀନଙ୍କୁ ଭେଟିବେ ଭକ୍ତ

ରାଜ୍ୟସଭା ନିର୍ବାଚନ : ନବୀନଙ୍କୁ ଭେଟିବେ ଭକ୍ତ
Samaya Live News Picture
Published On

ଭୁବନେଶ୍ୱର : ଆସୁଛି ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନକୁ ନେଇ ବଢୁଛି ଉତ୍କଣ୍ଠା । ଏହାକୁ ନେଇ ଏକାଠି ହୋଇପାରନ୍ତି ବିଜୁ ଜନତା ଦଳ ଓ କଂଗ୍ରେସ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଦେଖା କରିବାକୁ ସମୟ ମାଗିଛନ୍ତି ଭକ୍ତ । ଚତୁର୍ଥ ଆସନରେ ପ୍ରାର୍ଥୀ ଦେବା ନେଇ ମିଶିକି ଆଲୋଚନା କରିବା । ଚତୁର୍ଥ ଆସନ ନେଇ ଯେହେତୁ ବିଜେଡି କିମ୍ବା କଂଗ୍ରେସର ସଂଖ୍ୟା ନାହିଁ, କଂଗ୍ରେସ ଏବଂ ବିଜେଡି ମିଳିତ ଭାବେ ପ୍ରାର୍ଥୀ ଦେବାକୁ ଭକ୍ତ ଦାସ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି । 

ଭକ୍ତ ଦାସ ବିଜେଡି ବିରୋଧୀ ଦଳ, ଆମେ ବି ବିରୋଧୀ ଦଳ। ୨ ଦଳ ମିଶିଲେ ଗୋଟିଏ ପ୍ରାର୍ଥୀ ଜିତି ପାରିବେ । ଆମେ ପ୍ରାର୍ଥୀ ଦେଲେ ସେମାନେ ସମର୍ଥନ କରିବେ କି ନାହିଁ, ସେମାନେ ପ୍ରାର୍ଥୀ ଦେଲେ ଆମର ସମର୍ଥନ ମିଳିବ କି ନାହିଁ। ଦୁଇ ଦଳ ଭିତରେ ସେ ରାଜନୈତିକ ତାଳମେଳ ନାହିଁ। ଯଦି ପ୍ରତିଭାବାନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଏ ତା’ହେଲେ ସପକ୍ଷରେ ଯିବୁ ବୋଲି ଭକ୍ତ କହିଛନ୍ତି ।

ରାଜ୍ୟସଭା ଚତୁର୍ଥ ସିଟ୍‌ରେ ଜଣେ ପଦ୍ମଶ୍ରୀ, ବୁଦ୍ଧିଜୀବୀଙ୍କୁ ପଠାଇଲେ ଓଡ଼ିଶାର ସମ୍ମାନ ରହିବ । ଏ ନେଇ ଯିଏ ଆଗ୍ରହୀ ଅଛି ତାଙ୍କ ସାଙ୍ଗରେ ଆଲୋଚନା କରିବେ ବୋଲି ଭକ୍ତ ସୂଚନା ଦେଇଛନ୍ତି ।

 

Tags: