ରାଜ୍ୟସଭା ନିର୍ବାଚନ , ୮ କ୍ରସ ଭୋଟିଂ !

ରାଜ୍ୟସଭା ନିର୍ବାଚନ , ୮ କ୍ରସ ଭୋଟିଂ !

ଭୁବନେଶ୍ୱର : ଫୋକସରେ ରାଜ୍ୟସଭା ନିର୍ବାଚନ । ଅପରାହ୍ନ ୪ ଟା ବେଳକୁ ମତଦାନ ସରିବାକୁ ଥିବାବେଳେ, ତା'ପୂର୍ବରୁ କ୍ରସ ଭୋଟିଂ କୁ ନେଇ ହୋଇଛି ବଡ଼ ବିସ୍ଫୋରଣ । ବର୍ତ୍ତମାନ ସୁଦ୍ଧା ୮ଜଣ କ୍ରସ ଭୋଟିଂ କରିଛନ୍ତି । ଏମାନଙ୍କ ମଧ୍ୟରୁ କଂଗ୍ରେସରୁ ୩ ଜଣ ଅଛନ୍ତି ବୋଲି ବଡ଼ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସୋଫିଆ ଫିର୍ଦୋଷ, ଦାଶରଥି ଗମାଙ୍ଗ, ରମେଶ ଜେନା କ୍ରସ ଭୋଟିଂ କରିଥିବା ସ୍ପଷ୍ଟ କଲେ ଭକ୍ତ । କହିବାକୁ ଗଲେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଫୋନ୍ ଉଠାଉନଥିଲେ । ନିଖୋଜ ହୋଇଯାଇଥିଲେ । ତେବେ ଆଜି ହଠାତ ସେ ବିଧାନସଭାରେ ପହଞ୍ଚି ମତଦାନ କରିଥିଲେ । ମତଦାନ ପରେ ଗଣମାଧ୍ୟମକୁ କହିଥିଲେ କି ସେ ଦଳ ନିର୍ଦ୍ଦେଶରେ ଭୋଟ ଦେଇଛନ୍ତି । ତେବେ ଭକ୍ତ ଦାସ କହିଛନ୍ତି ରମେଶ ଜେନା କ୍ରସ ଭୋଟିଂ କରିବେ ବୋଲି ବିଶ୍ୱାସ ନଥିଲା । ଏବିଷୟରେ AICC ଙ୍କୁ ଦିଆଯାଇଛି । ୟା ପରେ ବିଧାନସଭାରେ ସେମାନଙ୍କ ଆସନ ଅଲଗା ରହିବ । ବିଧାନସଭାରେ ଆମେ ସେମାନଙ୍କ ସହ ଆଉ ବସିବୁ ନାହିଁ ।

ସମ୍ବନ୍ଧିତ ଖବର ତେଲ ଯିବା ରାସ୍ତାରେ ମୃତ୍ୟୁ ଜାଲ !

ସେହିପରି ବିଜେଡିରୁ ସୁବାସିନୀ,  ସନା ମହାକୁଡ଼, ଅରବିନ୍ଦ ମହାପାତ୍ର ମଧ୍ୟ କ୍ରସ ଭୋଟିଂ କରିଥିବା ସୂଚନା  ।  ଅନ୍ୟପଟେ  ବିଜେଡିରୁ ସୌଭିକ ବିଶ୍ୱାଳ ଓ ଚକ୍ରଧର କହଁର ଙ୍କ ସମେତ ୮ଜଣ କ୍ରସ୍ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ସଠିକ ସୂଚନା ମିଳିପାରି ନାହିଁ ।

ସମ୍ବନ୍ଧିତ ଖବର ବିଜେଡି ଛାଡିଲେ ରବୀନ୍ଦ୍ର ଜେନା

 

ସମ୍ବନ୍ଧିତ ଖବର ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

Tags: