ରାଜ୍ୟସଭା ନିର୍ବାଚନ ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ ଅଛି - ସୋଫିଆ
କଟକ: ରାଜ୍ୟସଭା ନିର୍ବାଚନ ନିଷ୍ପତ୍ତି ଏବଂ କଟକକୁ କଳଙ୍କିତ କରିବାର ଯେଉଁ ଅଭିଯୋଗ ଆସିଛି ତାହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୋଫିଆ । ରାଜ୍ୟସଭା ନିର୍ବାଚନ ବେଳେ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହା ସମ୍ପୂର୍ଣ୍ଣ ଠିକ୍ ଅଛି । କଟକକୁ କିଏ କଳଙ୍କିତ କରୁଛନ୍ତି, ତାହା ସମସ୍ତେ ଜାଣନ୍ତି । ସେଥିରେ ଆଉ ଆଲୋଚନା କରିବାର କିଛି ଆବଶ୍ୟକତା ନାହିଁ । ସେ ନାଁ ନଧରି ପରୋକ୍ଷରେ କଟକ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍ କରିଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ।
ରାଜ୍ୟସଭା ନିର୍ବାଚନକୁ ଶେଷ ହେବାର ୧୦ ଦିନ ଗଲାଣି କିନ୍ତୁ ରାଜ୍ୟସଭାରେ ଅଟକି ରହିଛନ୍ତି । କଟକବାସୀ ଜାଣିଛନ୍ତି ସେହି ସମୟର ନିଷ୍ପତ୍ତି ଠିକ୍ ଥିଲା । ସେଥିପାଇଁ ଦୁଇ ଦିନ ପୂର୍ବରୁ ଖୋଲାଖୋଲି କଟକବାସୀଙ୍କୁ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଜଣାଇଥିଲେ । ତେଣୁ ଏଥିରେ ଆଲୋଚନା କରିବାର ଆଉ ଆବଶ୍ୟକତା ନାହିଁ । ନାଁ ନନେଇ ମେୟରଙ୍କୁ ଟାର୍ଗେଟ କରି ସୋଫିଆ କହିଛନ୍ତି ସିଏମସି ଏବେ ଦୁର୍ନୀତିଗ୍ରସ୍ତ । କଟକରେ ଅନେକ ଅସୁବିଧା ରହିଛି । ଅଳିଆ ଆବର୍ଜନା ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା ଏବଂ ବକ୍ସ ଡ୍ରେନ୍ ସମସ୍ୟା ରହିଛି । କଟକକୁ ସଫା ସୁତୁରା ରଖିବା ତାଙ୍କର ପ୍ରଥମ କାମ । ସେ ଦିଗରେ ସିଏ କାମ କରିବା ଉଚିତ । ତେଣୁ ତାଙ୍କ କଥାକୁ ସୋଫିଆ କୌଣସି ଗୁରୁତ୍ୱ ଦେଉ ନ ଥିବା କହିଛନ୍ତି ସୋଫିଆ ଫିର୍ଦ୍ଦୋସ ।
ସୂଚନାନୁସାରେ, ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା କଟକର ତିନି ବିଧାୟକ ସୌଭିକ ବିଶ୍ୱାଳ, ସୋଫିଆ ଫିର୍ଦ୍ଦୋସ ଏବଂ ଦେବୀ ରଞ୍ଜନ ତ୍ରିପାଠୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏମାନେ କଟକକୁ କଳଙ୍କିତ କରିଥିବା ଅଭିଯୋଗ ହୋଇଥିଲା ।



