ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ବର : ପାଗରେ ସାମାନ୍ୟ ପରିବର୍ତ୍ତନ । କାଳବୈଶାଖୀ ଯୋଗୁଁ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । କାଳବୈଶାଖୀ ସମୟରେ ପ୍ରବଳ ଘଡଘଡି ବର୍ଷ ସହ ପବନ ବୋହିପାରେ । ଏନେଇ ଆଞ୍ଚଳିକ ପାଣିପାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ପୂର୍ବଭାରତ ଉପରେ ରହିଥିବା ସବଟ୍ରପିକାଲ ପଶ୍ଚିମୀ ଜେଟ୍ ଷ୍ଟ୍ରିମ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ସେହିପରି ୭ଦିନ ପର୍ଯ୍ୟନ୍ତ କାଁ ଭାଁ ସ୍ଥାନରେ ବର୍ଷା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର ନୂଆଦିଲ୍ଲୀରେ ‘ଓଡ଼ିଶା ପର୍ବ-୨୦୨୬’ ଉଦଘାଟିତ

ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବିଶେଷକରି ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଅନୁଗୋଳ ଜିଲାର କେତେକ ସ୍ଥାନରେ ବର୍ଷା ସହିତ କୁଆପଥର ବର୍ଷା ହୋଇଛି।

ସମ୍ବନ୍ଧିତ ଖବର ଆରମ୍ଭ ହେଲା ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ

ସେହିପରି ଗତକାଲି ରାତିରେ ବାଲେଶ୍ଵରରେ କାଳବୈଶାଖୀ ଯୋଗୁଁ ବର୍ଷା ଓ ଘଡ଼ଘଡ଼ି ଦେଖିବାକୁ ମିଳିଥିଲା । ପ୍ରାୟ ୨ ଧଣ୍ଟା ଧରି ନିର୍ଦ୍ଧୁମ ଛେଚିଥିଲା ବର୍ଷା । ତୁହାକୁ ତୁହା ବର୍ଷା ସହ ଘଡଘଡି ଭୟ ସୃଷ୍ଟି କରିଥିଲା । ଫଳରେ ବାଲେଶ୍ଵର ସହର ସୁଏଲ୍ ପୁର ଅଞ୍ଚଳରେ ବଜ୍ରାଘାତ ରେ ଏକ ନଡ଼ିଆ ଘଛ ଜଳି ଯାଇଛି । ରାତି ସାରା ପ୍ରବଳ ବଜ୍ରପାତ ଯୋଗୁଁ ବାହାରକୁ ବାହାରି ନପାରି ଆତଙ୍କିତ ଅବସ୍ଥାରେ ରହିଥିଲେ ଲୋକେ ।

ସମ୍ବନ୍ଧିତ ଖବର ରାଜ୍ୟସଭା ନିର୍ବାଚନ, କ୍ରସ ଭୋଟିଂକୁ ନେଇ ବଢୁଛି ସସ୍ପେନ୍ସ

Tags: