ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ଧରି ବର୍ଷା
ଭୁବନେଶ୍ୱର : ରାଜ୍ୟରେ ପାଣିପାଗରେ ହେବ ପରିବର୍ତ୍ତନ। ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହିତ ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ମଧ୍ୟରେ ଏକ ନିମ୍ନ ଚାପରେଖା ସକ୍ରିୟ ରହିଛି। ପ୍ରଭାବରେ ଆସନ୍ତା ତିନି ଦିନ ରାଜ୍ୟରେ ଝଡ଼ ବର୍ଷା ହୋଇପାରେ । କେତେକ ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା ରହିଛି । କେତେକ ସ୍ଥାନରେ ଘଣ୍ଟାପ୍ରତି ପବନର ବେଗ ୩୦ରୁ ୪୦କି.ମି ବେଗରେ ବହିବାର ଆଶଙ୍କା ରହିଛି।
ଆସନ୍ତାକାଲି ପାଇଁ ଜଗତସିଂପୁର,କେନ୍ଦ୍ରାପଡ଼ା,ଭଦ୍ରକ,ବାଲେଶ୍ଵର,କେନ୍ଦୁଝର,ମୟୂରଭଞ୍ଜ,ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ୯ ତାରିଖରେ ବରଗଡ଼,ଝାରସୁଗୁଡ଼ା,ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର, କଟକ, ଯାଜପୁର, ମୟୂରଭଞ୍ଜ,ଭଦ୍ରକ, ବାଲେଶ୍ଵର,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡ଼ି ସମ୍ଭାବନା ରହିଛଇ। ୩୦ ରୁ ୪୦ କିମି ବେଗରେ ପବନ ବହିପାରେ। ଉତ୍ତର ପଶ୍ଚିମ ଓଡ଼ିଶା ଓ ସଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। କାଲବୈଶାଖୀ ପ୍ରବାବରେ ୯ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।



