ବାରିପଦାରେ ଦବିଲା ରେଳଧାରଣା

ବାରିପଦାରେ ଦବିଲା ରେଳଧାରଣା
Samaya Live News Picture
Published On

ବାରିପଦା : ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା କାରଣରୁ ବିଶେଷକରି ବାଲେଶ୍ୱର ଭଦ୍ରକ ସମେତ ମୟୁରଭଞ୍ଜ ଜିଲ୍ଲାରେ ଅନେକ ଅଂଚଳରେ ଜଳବନ୍ଦୀ ଘେରରେ ରହିଛି I ତେବେ ରବିବାର ଅପରାହ୍ନରୁ ଲଗାଣ ବର୍ଷା କାରଣରୁ ବାରିପଦା ଷ୍ଟେସନ୍ ବଜାର ନିକଟ ଶୁନଗଡ଼ିଆ ଦେଇ ଯାଇଥିବା ରେଳ ଧାରଣା ଧସିଯିବା ଫଳରେ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି । ଗତକାଲି ପୁରୀ-ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନ ଯିବା ପରେ ରାତିରେ ଡିଏମୟୁ ଟ୍ରେନ୍ ଯାତାୟାତ ସମୟରେ ରେଳଧାରଣା ଦବିଥିବା ଜଣାପଡ଼ିଥିଲା । ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ଲମ୍ବର ରେଳ ଟ୍ରାକ୍ ତଳୁ ମାଟି ଅତଡ଼ା ଖସି ଦବି ଯାଇଛି ।

ଏହି ଅଘଟଣ ପରେ ରେଳ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅନେକ ଟ୍ରେନ୍‌କୁ ତୁରନ୍ତ ବାତିଲ କରାଯାଇଛି । ଟ୍ରାକ୍ ଧସିଯିବା ଖବର ମିଳିବା ମାତ୍ରେ ରେଳବାଇର ବୈଷୟିକ ଟିମ୍ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିଲେ ସୁଦ୍ଧା, ପ୍ରବଳ ବର୍ଷା ଯୋଗୁଁ ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି ।

 

Tags: