ବାତ୍ୟା ଅର୍ଣ୍ଣବ ପାଇଁ ରେଳ ଚଳାଚଳ ରେ ପରିବର୍ତ୍ତନ, ୧୨ ଟି ଟ୍ରେନ ବାତିଲ

ବାତ୍ୟା ଅର୍ଣ୍ଣବ ପାଇଁ ରେଳ ଚଳାଚଳ ରେ ପରିବର୍ତ୍ତନ, ୧୨ ଟି ଟ୍ରେନ ବାତିଲ
Samaya Live News Picture
Published On

ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳ ନେଇ ବଡ଼ ନିଷ୍ପତ୍ତି । ବାତ୍ୟା ପାଇଁ ମୋଟ ୧୨ଟି ଟ୍ରେନ ବାତିଲ୍ ହୋଇଛି । ସେହିପରି ୨ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ଏନେଇ ସାଉଥ୍‌ କୋଷ୍ଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ବିଶାଖାପାଟଣା-କିରଣ୍ଡୁଲ୍‌ NE ୨୯ରୁ ୪ ଯାଏ ବାତିଲ୍‌ କରାଯାଇଥିବା ବେଳେ ବିଶାଖାପାଟଣା-କୋରାପୁଟ ପାସେଞ୍ଜର ୨୭ରୁ ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଯାତ୍ରା ଆରମ୍ଭ ପୂର୍ବରୁ ଟ୍ରେନ PNR ଯାଞ୍ଚ ପାଇଁ ପରାମର୍ଶ ଦିଆଯାଇଛି । 

ପୁର୍ବତଟ ରେଳପଥ ର ଦୁଇଟି ଟ୍ରେନ୍ ସର୍ଟ ଟର୍ମ ପାଇଁ ବାତିଲ ହୋଇଛି । କୋରାପୁଟ-ବିଶାଖାପାଟଣା ପାସେଞ୍ଜର ୨୮ରୁ ୩୧ ପର୍ଯ୍ୟନ୍ତ, ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ୩୦-୩୧, ବିଶାଖାପାଟଣା-କିରଣ୍ଡୁଲ୍‌ ପାସେଞ୍ଜର ୨୭ରୁ ୩୦ ବାତିଲ କରାଯାଇଛି । ନ୍ୟପଟେ ହୀରାଖଣ୍ଡ ଏକ୍ସପ୍ରେସ ୨୭ରୁ ୩୦ ରାୟଗଡ଼ା ପର୍ଯ୍ୟନ୍ତ ଯିବ। ସେହିଭଳି ରାଉରକେଲା–ଜଗଦଲପୁର ରୁଟ୍ ରେ ୨୯ ତାରିଖରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । କୋରାପୁଟ–ବିଶାଖାପାଟଣା ରୁଟ୍ ରେ ୨୮ରୁ ୩୧ ଅକ୍ଟୋବର ଯାଏଁ ବାତିଲ ରହିବ। ବିଶାଖାପାଟଣା–କୋରାପୁଟ ରୁଟ୍ ରେ ୩୦ ତାରିଖ ଦିନ ବାତିଲ ରହିବ ।

କୋରାପୁଟ–ବିଶାଖାପାଟଣା ରୁଟରେ ୩୧ ତାରିଖ ଯାଏ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ । ହାୱଡ଼ା–ଜଗଦଲପୁର ରୁଟ୍ ରେ ୨୭ରୁ ୩୦ ଅକ୍ଟୋବର ଏବଂ ଜଗଦଲପୁର–ହାୱଡ଼ା ରୁଟ୍ ରେ ୨୮ରୁ ୩୧ ଅକ୍ଟୋବର ଯାଏଁ ବାତିଲ ରହିଛି । ଜଗଦଲପୁର–ଭୁବନେଶ୍ୱର ଟ୍ରେନର ୨୮ରୁ ୩୧ ଅକ୍ଟୋବର ଯାଏଁ ଯାତ୍ରା ରାୟଗଡ଼ାଠାରୁ ଠାରୁ ଭୁବନେଶ୍ୱର ଯାଏ ଯିବ ।

ତେବେ ରେଳପଥ ପକ୍ଷରୁ ଯାତ୍ରୀଙ୍କୁ ଷ୍ଟେସନ୍ ରୁ ନୋଟିସ୍ ବୋର୍ଡ, ଘୋଷଣା ବ୍ୟବସ୍ଥା ଏବଂ ଏସ୍ ଏମ୍ ଏସ୍ ମାଧ୍ୟମରେ ଷ୍ଟେସନ ଗୁଡିକରେ ଯାତ୍ରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରା ପୂର୍ବରୁ ଯାତ୍ରୀମାନେ ନିଜ ଟ୍ରେନ୍ ର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି ।

 

Tags: