ଗୋ- ମାଫିଆଙ୍କ ଘରେ ରେଡ

୩୦ଲକ୍ଷ ନଗଦ ଟଙ୍କା ସହ ବିପୁଳ ସୁନା ଜବତ

ଗୋ- ମାଫିଆଙ୍କ ଘରେ ରେଡ
Samaya Live News Picture
Published On

ବାଲେଶ୍ୱର /ଭଦ୍ରକ / ମୟୁରଭଞ୍ଜ : ପୋଲିସ ନଜରରେ ଗୋ-ମାଫିଆ । ବାଲେଶ୍ୱର, ଭଦ୍ରକ , ମୟୁରଭଞ୍ଜ ଜିଲ୍ଲାରେ ବଡ଼ ଧରଣର ପୋଲିସ ଚଢ଼ାଉ ଚାଲିଛି । ମୟୂରଭଞ୍ଜ,  ବାଲେଶ୍ବର, ଭଦ୍ରକ ଜିଲ୍ଲାରେ ତନାଘନା। ୩୬ଟି ସ୍ଥାନରେ ଚଢ଼ାଉ କରୁଛି ପୋଲିସ। ପୂର୍ବାଞ୍ଚଳ DIG ପିନାକ ମିଶ୍ରଙ୍କ ନେତୃତ୍ୱରେ ଚାଲିଛି ରେଡ୍ ଚାଲିଛି। ବାଲେଶ୍ୱରର ୧୧, ଭଦ୍ରକର ୮, ମୟୂରଭଞ୍ଜର ୧୫ଟି ସ୍ଥାନରେ ରେଡ୍ ଚାଲିଛି। ରେଡ୍ ବେଳେ ମାଫିଆଙ୍କ ଘରୁ ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛି ପୋଲିସ।ଦୀର୍ଘ ୫ଘଣ୍ଟା ଧରି ଚଢ଼ାଉ ବେଳେ ଏଯାଏଁ ୫୦ ଲକ୍ଷ ଟଙ୍କା ସହ ୨ କୋଟି ଟଙ୍କାର ସୁନା ଗହଣା ମିଳି ସାରିଲାଣି । ଏହାସହ ବିଳାସପୂର୍ଣ୍ଣ ଗାଡି ସହ ବିଦେଶୀ ମୁଦ୍ରା ଏବଂ ଅନେକ ବ୍ୟାଙ୍କ ପାସ୍ବୁକ ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି ।

ମୟୂରଭଞ୍ଜ ଜିଲ୍ଲାରେ ବାଙ୍ଗିରିପୋଷି, ଝାରପୋଖରିଆ,ବାଦାମପାହାଡ଼,ବାରିପଦା, ଶୁଳିଆପଦା, ବୈସିଙ୍ଗା ,ରାଇରଙ୍ଗପୁର ଥାନା ଅନ୍ତର୍ଗତ ଦେଓଗାଁ ଓ ସାତପଉଟିଆ ଅଞ୍ଚଳରୁ ନଗଦ ୧୧ଲକ୍ଷ ଟଙ୍କା , ୧୨ଲକ୍ଷ ରୁ ଅଧିକ ଟଙ୍କାର ସୁନାଗହଣା ,୫ଟି ଚାରି ଚକିଆ ଓ ୪ଟି ୨ଚକିଆ ଯାନ ଜବତ୍ ହୋଇଛି । ଏହି ଚଢ଼ାଉରେ କେନ୍ଦୁଝର ଏସପିଙ୍କ ନେତୃତ୍ୱରେ ୪ ଜଣ ଅତିରିକ୍ତ ଏସପି , ୧୫ ଜଣ ଇନ୍ସପେକ୍ଟର , ୩୦ ଜଣ ସବ୍ ଇନ୍ସପେକ୍ଟର ସାମିଲ ଅଛନ୍ତି  ।

ସେହିପରି ବାଲେଶ୍ଵର ସହରର ୧୦ ସ୍ଥାନରେ ଗୋ ମାଫିଆ ଙ୍କ ଘରେ ରେଡ୍ କରୁଛି ପୋଲିସ । ରେଡ ବେଳେ ବିଡ଼ା ବିଡ଼ା ୫ଶହ ଟଙ୍କିଆ ନୋଟ୍ ସହ ସୁନା, ରୂପା, ଆଦି ଅଳଙ୍କାର ଜବତ ହୋଇଛି । ବିଭିନ୍ନ ସ୍ଥାନରେ ଜମି କାଗଜପତ୍ର ଓ ଏକାଧିକ ଏଟିଏମ କାର୍ଡ, କାର ମଧ୍ୟ ଜବତ ହୋଇଛି । ଖଇରା ବ୍ଲକ ସାରଡାଙ୍ଗ ପଂଚାୟତ ସାଆଁଳପୁର ଗ୍ରାମରେ ଚଢାଉ ହୋଇଥିଲା। ସହରର କଂସେଇ ମହଲା, ପୁଲ ବଜାର ଓ ବଙ୍କା ଖଜୁରୀ ଅଞ୍ଚଳରେ ଚାଲିଛି ଚଢ଼ାଉ । ଭଦ୍ରକ ଏସପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦେଶରେ ଖଇରା ଆଇଆଇସି ଜନ ପଟ୍ଟନାୟକ, ସିମୁଳିଆ ଆଇଆଇସି ଦେବରାଜ ଜେନା, ଖଇରା ତହସିଲରେ ଅତିରିକ୍ତ ତହସିଲଦାର ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଚଢାଉରେ ସାମିଲ ହୋଇଛନ୍ତି ।  ଏହି ଘଟଣାରେ ଭଦ୍ରକରୁ ୬ ଜଣ ଏବଂ ବାଲେଶ୍ୱରରୁ ୪ ଜଣଙ୍କୁ ଅଟକ ରଖିଛି ପୋଲିସ ।

Tags: