ବିଜେଡି ଛାଡିଲେ ରବୀନ୍ଦ୍ର ଜେନା

ବିଜେଡି ଛାଡିଲେ ରବୀନ୍ଦ୍ର ଜେନା

ବାଲେଶ୍ୱର : ଉତ୍ତର ଓଡିଶା ବିଜେଡ଼ିକୁ ଶକ୍ତ ଝଟକା ! ବିଜେଡି ଛାଡିଲେ ବାଲେଶ୍ୱରର ଟାଣୁଆ ନେତା ତଥା ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନା । ଗତକାଲି ସନ୍ଧ୍ୟାରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରବୀନ୍ଦ୍ର ଜେନା । ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଦୀର୍ଘବର୍ଷ ଦଳରେ ରହି ସେ ଜିଲାବାସୀଙ୍କ ସେବା କରିବାର ସୁଯୋଗ ପାଇଥିଲେ। ମାତ୍ର ବ୍ୟକ୍ତିଗତ କାରଣ ଓ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଦଳ ଛାଡ଼ିଥିବା ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ତେବେ ତାଙ୍କ ଇସ୍ତଫା ପରେ ସେ କେଉଁ ଦଳକୁ ଯିବେ ଅଦ୍ୟାବଧି ସ୍ପଷ୍ଟ ହୋଇ ନଥିଲେ ବି ପଦ୍ମ ଧରିବା ନେଇ ଏବେ ବାଲେଶ୍ବରରେ ଚର୍ଚ୍ଚା ଆରମ୍ଭ ହୋଇଛି । ମାତ୍ର ଏ ସମ୍ପର୍କରେ ରବୀନ୍ଦ୍ର ଜେନାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ  ।ତାଙ୍କ ସ୍ତ୍ରୀ ଏବେ ବିଜେଡିରୁ ବସ୍ତା ନିର୍ବାଚନ ମଣ୍ତଳୀରେ ବିଧାୟକ ଅଛନ୍ତି ।

ସମ୍ବନ୍ଧିତ ଖବର ରାଜସ୍ବ ମନ୍ତ୍ରୀ ଅସୁସ୍ଥ ଏମ୍ସ ରେ ଭର୍ତ୍ତି

Tags: