ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ !

ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ !
Samaya Live News Picture
Published On

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆସିଲା ସାଙ୍ଘାତିକ ଖବର । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ! +୩, ୨ୟ ସେମିସ୍ଟରର ସମସ୍ତ ପ୍ରଶ୍ନପତ୍ର ଲିକ ହୋଇଥିବା ସୂଚନା ମିଳିଛି । ଅନଲାଇନରେ ଘୁରି ବୁଲୁଛି ପ୍ରଶ୍ନପତ୍ର । ପରୀକ୍ଷା ପୂର୍ବଦିନ ହ୍ୱାଟ୍ସ ଆପ ରେ ଆସି ଯାଉଛି ପ୍ରଶ୍ନପତ୍ର । ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୩୦୦ କଲେଜରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଘଟଣା ଜଣାପଡିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି । 

ସେପଟେ,  ପରୀକ୍ଷା ନିୟନ୍ତ୍ରକ ଡ. ହୃଷୀକେଶ ନାୟକ ପ୍ରତିକ୍ରିୟା ରଖିଛନ୍ତି । ଯୁକ୍ତ ୩ ଦ୍ବିତୀୟ ସେମିଷ୍ଟାର ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ସ୍ବୀକାର କରିଛନ୍ତି । ହ୍ୱାଟ୍ସ ଆପ ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କହିଛନ୍ତି ପରୀକ୍ଷା ନିୟନ୍ତ୍ରକ । କୁଳପତିଙ୍କ ନେତୃତ୍ୱରେ ଏହାର ତଦନ୍ତ କରାଯିବ । ତେବେ କେଉଁଠୁ ହୋଇଛି ପ୍ରଶ୍ନପତ୍ର ଲିକ୍ ଏନେଇ ସାଇବର ଥାନାରେ ଏନେଇ ଏତଲା ଦିଆଯିବ । ଯଦି ପ୍ରକୃତରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥା ସାମ୍ନାକୁ ଆସେ ତେବେ ପୁନଃ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି  ।

Tags: