ମନ୍ଦିରରେ ଆଉ ଦକ୍ଷିଣା ମାଗିବେନି ବ୍ରାହ୍ମଣ

ଯାଜପୁର: ମଇ ୨୪: ସବ୍‌ କଲେକcର ବ୍ରାହ୍ମଣଙ୍କୁ କରାଇଲେ ଶପଥ । ଶ୍ରଦ୍ଧାଳୁଙ୍କୁ ସମ୍ମାନ ସହ କରାଯିବ ସ୍ୱାଗତ । ଯେଉଁ ଭକ୍ତମାନେ ମନ୍ଦିରକୁ ଆସିବେ, ସେମାନଙ୍କୁ ସ୍ୱାଗତ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଯେମିତି ମନ୍ଦିର ମଧ୍ୟରେ କୌଣସି ନୀତିକାନ୍ତି କିମ୍ବା ସେବା ପୂଜାରେ ବ୍ୟତିକ୍ରମ ନହେବ ସେନେଇ ବି ଧ୍ୟାନ ଦିଆଯିବ । ଆଉ ଏପିରି ନିଷ୍ପତ୍ତି ନେଇଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିରର ସେବାୟତମାନେ । ଯାହାକୁ ନେଇ […]

Samaya Live Picture
Published On

ଯାଜପୁର: ମଇ ୨୪: ସବ୍‌ କଲେକcର ବ୍ରାହ୍ମଣଙ୍କୁ କରାଇଲେ ଶପଥ । ଶ୍ରଦ୍ଧାଳୁଙ୍କୁ ସମ୍ମାନ ସହ କରାଯିବ ସ୍ୱାଗତ । ଯେଉଁ ଭକ୍ତମାନେ ମନ୍ଦିରକୁ ଆସିବେ, ସେମାନଙ୍କୁ ସ୍ୱାଗତ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଯେମିତି ମନ୍ଦିର ମଧ୍ୟରେ କୌଣସି ନୀତିକାନ୍ତି କିମ୍ବା ସେବା ପୂଜାରେ ବ୍ୟତିକ୍ରମ ନହେବ ସେନେଇ ବି ଧ୍ୟାନ ଦିଆଯିବ । ଆଉ ଏପିରି ନିଷ୍ପତ୍ତି ନେଇଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିରର ସେବାୟତମାନେ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ହୁଏତ ଏହି ଘଟଣା ଓଡ଼ିଶା ଇତିହାସରେ ବିରଳ । କାରଣ ଅନେକ ସମୟରେ ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ନନାମାନେ ଟଙ୍କା ଡିମାଣ୍ଡ କରନ୍ତି । ଆଉ ଏହାକୁ ନେଇ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମଧ୍ୟରେ ତୁ ତୁ ମେ ମେ ହୁଏ । ତେଣୁ ଏସବୁକୁ ନଜରରେ ରଖି ବିରଜା ମନ୍ଦିର ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି । ଶ୍ରଦ୍ଧାଳୁଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ସହ ବିରଜା ମନ୍ଦିରରେ ଭକ୍ତଙ୍କ ଲାଗି ଭାବମୟ ପରିବେଶ ଆକୃଷ୍ଟ କରି ପୁଜାର୍ଚ୍ଚନାରେ ସ;ୁଷ୍ଟ କରିବା ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସଂସ୍କାର ମୁଳକ ପଦକ୍ଷେପ ନିଆଯାଇଛି । କେବଳ ଏତିକି ନୁହେଁ ବରଂ ପଞ୍ଜିକୃତ ସେବାୟତ ମନ୍ଦିରକୁ ଆସିବାକୁ ଅନୁମତି ମିଳିବ । ଶିକ୍ଷାଗତ ଯୋଗ୍ୟତାକୁ ବାଧ୍ୟତାମୁଳକ କରାଯିବା ଲାଗି କମିଟି ଗଠନ ସହ ଶ୍ରଦ୍ଧାଳୁଙ୍କୁ ଦକ୍ଷିଣା ପ୍ରଦାନ ଲାଗି ବାଧ୍ୟ ନକରିବା ଭଳି ପଦକ୍ଷେପ ନିଆଯାଇଛି । ପ୍ରଶାସନର ଏହି ପଦକ୍ଷେପକୁ ସେବାୟତ ମାନେ ମଧ୍ୟ ବେଶ୍‌ ଭଲରେ ଗ୍ରହଣ କରିଛନ୍ତି ।