ପୁରୀରେ ୭୨ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦେଶ

ପୁରୀରେ ୭୨ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦେଶ

ପୁରୀ : ଆପାତଃ କାଳୀନ ସଚେତନତା  ଶିବିର ଆୟୋଜନକୁ ଅଣଦେଖା । ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପ୍ରଧାନ ଶିକ୍ଷକମାନଙ୍କ ପାଇଁ  ପଡିଲା ମହଙ୍ଗା । ପୁରୀର ୭୨ ଟି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦେଶ । ରାଜ୍ୟ ସରକାର ବିଦ୍ୟାଳୟରେ ସାପ କାମୁଡ଼ା ଏବଂ ବଜ୍ରପାତକୁ ନେଇ ସଚେତନତା ସୃଷ୍ଟି କରିବାକୁ ସଚେତନତା ଶିବିର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଶିବିର ଆୟୋଜନ ନେଇ ଉକ୍ତ ସ୍କୁଲ ଗୁଡ଼ିକରୁ କୌଣସି ରିପୋର୍ଟ ନପହଞ୍ଚିବାରୁ ଏନେଇ ନୋଟିସ ଜାରି କରାଯାଇଛି । ବର୍ଷା ଋତୁରେ ବଜ୍ରପାତ ଏବଂ ସାପକାମୁଡା ଜନିତ ସଚେତନତା ଶିବିର ପାଇଁ ୨୫୦୦ ହଜାର ଏବଂ ୨ ହଜାର ଟଙ୍କା ଲେଖାଏଁ ମୋଟ ୪୫୦୦ ଟଙ୍କା ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଟଙ୍କା ନେଇ ମଧ୍ୟ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ମାନେ ଶିବିର ଆୟୋଜନ କରି ନଥିବା ସୂଚନା ମିଳିଥିଲା । ଏଥିପାଇଁ DEOଙ୍କ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢ଼ୀ ସୂଚନା ଦେଇଛନ୍ତି । 

ସମ୍ବନ୍ଧିତ ଖବର ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

Tags: